କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: କୃଷ୍ଣଚନ୍ଦ୍ରଙ୍କ ଜାମିନ ଖାରଜ 

କଟକ: ଛତ୍ରପୁର ଏନ୍‌ଏସି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ (ବଚନ) ହତ୍ୟାକାଣ୍ତ ମାମଲାର ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାୟକଙ୍କ ଜାମିନ ହାଇକୋର୍ଟରେ ଖାରଜ ହୋଇଛି। ଡକ୍ଟର ଜଷ୍ଟିସ୍ ଅକ୍ଷୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କୃଷ୍ଣଚନ୍ଦ୍ରଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ତାହାକୁ ଖାରଜ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଛତ୍ରପୁର ଏନଏସି କାଉନସିଲର ଲକ୍ଷ୍ମୀଦତ୍ତଙ୍କୁ ୨୦୧୭, ସେପ୍ଟେମ୍ବର ୧୬ରେ କିଛି ଲୋକ ମିଳିତ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ। ସେତେବେଳେ ବିଜେପି ଜିଲ୍ଲା ସ˚ପାଦକ କୃଷ୍ଣଚନ୍ଦ୍ର ନାୟକ ଏହି ହତ୍ୟାକାଣ୍ଡର ଷଡଯନ୍ତ୍ରକାରୀ କୁହାଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏଥି ସହିତ ଲକ୍ଷ୍ମୀପୁର ସମିତି ସଭ୍ୟ ପିତୁ ଓରଫ୍‌ ଏନ୍‌.ଦୁର୍ଯ୍ୟୋଧନ ରେଡ୍ଡି ଓ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଏହି ହତ୍ୟା ମାମଲାରେ ଗିରଫ କରିଥିଲା। କୃଷ୍ଣଚନ୍ଦ୍ର ଓ ଦୁର୍ଯ୍ୟୋଧନଙ୍କୁ ଗିରଫ କରାଯିବା ପରେ ଗଞ୍ଜାମ  ପୁଲିସ ସେମାନଙ୍କୁ  ରିମାଣ୍ତରେ ଆଣି ଜେରା କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ କୃଷ୍ଣଚନ୍ଦ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ସମ୍ବନ୍ଧିତ ଖବର