ରାଜଧାନୀର ୫ ଡ୍ୟାନ୍ସ ବାରକୁ ଅନୁମତି ଦେବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: କମିସନରେଟ୍‌ ପୁଲିସର ଚଢ଼ାଉ ପରେ ରାଜଧାନୀ ଭୁବନେଶ୍ୱରରେ ବନ୍ଦ ଥିବା ୫ଟି ଡ୍ୟାନ୍ସ ବାର ପୁଣି ଥରେ ଖୋଲିବ। ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏନେଇ ଅବକାରୀ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ୪ ସପ୍ତାହ ମଧ୍ୟରେ ଡ୍ୟାନ୍ସ ବାର ଖୋଲିବା ପାଇଁ ଅନୁମତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ କମିସନରେଟ ପୁଲିସ ଚଢ଼ାଉ କରିବା ପରେ ଏହି ଡ୍ୟାନ୍ସ ବାର ଗୁଡ଼ିକ ବନ୍ଦ ଥିଲା।

 

ସମ୍ବନ୍ଧିତ ଖବର