ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ଭାଇ

ତେନ୍ତୁଳିଖୁଣ୍ଟି: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ତଥା ଖାତିଗୁଡା ଥାନା ବରଡ଼ାଯୋଡି ଗ୍ରାମର ବିବାହିତା ମହିଳା ଆଶାୟୀ ଯାନୀ (୨୫)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମହିଳାଙ୍କ ମୃତ୍ୟୁକୁ ନେଇଁ ତାଙ୍କ ଭାଇ ହତ୍ୟା ଅଭିଯୋଗ ଆଣିଛନ୍ତି। ଆଜି ଏନେଇଁ ମୃତ ମହିଳାଙ୍କ ଭାଇ ବାସୁଦେବ ଯାନୀ ଖାତିଗୁଡା ଥାନାରେ ଏତଲା ପ୍ରଦାନ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ବାସୁଦେବ ଯାନୀଙ୍କ ଏତଲା ଅନୁଯାୟୀ ସେ ଗତ ୧୬ ତାରିଖ ଦିନ ବରଡ଼ାଯୋଡି ଗ୍ରାମରେ ଥୁବା ତାଙ୍କ ଶ୍ୱଶୁର ଘରକୁ ଯାଇ ଗୋଟିଏ ଦିନ ରହିଥିଲେ। ଭାଇ ନିଜ ଗ୍ରାମ ବରଡ଼ାଯୋଡ଼ି ଆସିଥୁବା ଜାଣିବାକୁ ପାଇ ଭଉଣୀ ଆଶାୟୀ ୧୭ ତାରିଖ ଦିନ ଭାଇଙ୍କୁ ନିଜ ଘରକୁ ଖାଇବାକୁ ଡାକିଥିଲେ। ତେବେ ଭାଇ ଜଣଙ୍କ ଭଉଣୀ ଘରକୁ ଆଉ ଯାଇନଥିଲେ। ୧୮ ତାରିଖ ଭଉଣୀଙ୍କ ମୃତ୍ୟୁ ହୋଇଥୁବା ଖବର ପାଇ ବାସୁଦେବ ଶେଷ ଦର୍ଶନ କରିବାକୁ ଭଉଣୀ ଘରକୁ ଯାଇଥିଲେ ହେଁ ଭଉଣୀ ଘର ଲୋକ ମୃତ ଭଉଣୀଙ୍କୁ ଦେଖାଇକୁ ମନା କରି ଦେଇଥିଲେ। ଏହାପରେ ନିଜ ଭଉଣୀଙ୍କୁ ତାଙ୍କ ପରିବାର ଲୋକେ ଜୀବନରେ ମାରିଦେଇ ଥିବା ସନ୍ଦେହ କରି ଖାତିଗୁଡା ଥାନାରେ ଏକ ହତ୍ୟା ଅଭିଯୋଗ ଆଣିଥିଲେ। ଏତଲାକୁ ଭିତିକରି ଖାତିଗୁଡା ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ମହିଳାଙ୍କ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚନ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ମୃତ ମହିଳାଙ୍କ ଶବ ବ୍ୟବଛେଦ ନିମନ୍ତେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଥିବାବେଳେ ଆସନ୍ତାକାଲି ଶବ ବ୍ୟବଛେଦ ହେବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର