କାଳବୈଶାଖୀରେ ଟାଇଁସର ଗ୍ରାମରେ ବ୍ୟାପକ କ୍ଷୟକ୍ଷତି

ଦେବଗଡ଼: ଜିଲ୍ଲାର ତିଳେଇବଣୀ ବ୍ଲକ ଟାଇଁସର ଗ୍ରାମରେ ଶୁକ୍ରବାର ଦ୍ୱିପହର ୨ଟା ସମୟରେ କାଳବୈଶାଖୀ ଯୋଗୁଁ ପ୍ରବଳ ପବନ ସହ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଗ୍ରାମର ବହୁ ଲୋକଙ୍କ ଘରର ଆଜବେଷ୍ଟସ ଉଡାଇ ନେବା ସହି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଗ୍ରାମର ମନୋଜ ସାହୁ, ସୀତା ସାହୁ, ଇଶ୍ୱର ପ୍ରଧାନ, ଲମ୍ବୋଦର ସାହୁଙ୍କ ଘର ଆଜବେଷ୍ଟସ ଏବଂ ଖପର ଉଡାଇ ନେଇଛି। ଘରେ ଥିବା ବିଭିନ୍ନ ଜିନିଷ ପତ୍ର ମଧ୍ୟ ନଷ୍ଟ ହୋଇଯାଇଛି। କ୍ଷୟକ୍ଷତି ଆକଳନ କରାଯାଇ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର