ନିମ୍ନମାନର ରାସ୍ତା କାମକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ପଦାରେ ପଡିଲା

ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ପାଣ୍ଡ୍ରିପାଣି ଠାରୁ ପେଡାକୋଣ୍ଡା ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତାର କାମ ଅତି ନିମ୍ନମାନର ହୋଇଥିବାରୁ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗତ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ଏହି ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟାଦେଶ ସ୍ଥାନୀୟ ଜଣେ ଠିକାଦାର ପାଇଥିଲେ।ତେବେ ଗତ ଦୁଇ ବର୍ଷ ହେଲା ଏହି ରାସ୍ତା କାମକୁ ନକରି ଏପରି ଜରାଜୀର୍ଣ୍ଣ ଅବସ୍ଥାରେ ପକାଇ ରଖିଥିଲେ। ପାଣ୍ଡ୍ରିପାଣି ଠାରୁ ପେଡାକୋଣ୍ଡା ପଞ୍ଚାୟତ ସମେତ ୫ଟି ପଞ୍ଚାୟତର ଲୋକେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି।ଏବେ ନିର୍ବାଚନ ଥିବାରୁ ସଂପୃକ୍ତ ଠିକାଦାର ନିର୍ବାଚନ ମଧ୍ୟରେ କାମକୁ ସମାପ୍ତ କରିଦେବାର ଚିନ୍ତା କରି କାମକୁ ଆରମ୍ଭ କରିଥିଲା।ତେବେ ତରବରରେ କମ୍ ପିଚୁ ପକାଇ କାମକୁ ସାରିଦେବାକୁ ଚେଷ୍ଟା କରିଥିଲେ।କିନ୍ତୁ ସ୍ଥାନୀୟ ଲୋକେ ପାଦରେ ଚାଲି ଗଲେ ମଧ୍ୟ ପିଚୁ ଉଠିବା ପରେ ସ୍ଥାନୀୟ ଅଞ୍ଚଳରେ ଅସଂତୋଷ ବଢିଥିଲା।ଆଜି ଶେଷରେ ସ୍ଥାନୀୟ ଅଂଚଳର ସମାଜସେବୀ ଶରତ ଚନ୍ଦ୍ର ବୁରୁଦାଙ୍କ ନେତୃତ୍ବରେ ବହୁ ଗ୍ରାମବାସୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।ଦୀର୍ଘ ସମୟ ଧାରଣାରେ ବସିଥିଲେ ମଧ୍ୟ କେହି ତାଂକୁ ପଚାରିନଥିଲେ।ଗଣମାଧ୍ୟମର ପ୍ରତିନିଧିମାନେ ପହଞ୍ଚିବା ପରେ ପ୍ରଶାସନ ତତ୍ପରତା ଦେଖାଇଥଲା।ତେବେ ଅଧୀକ୍ଷଣ ଯନ୍ତ୍ରୀ ମଧ୍ୟ ଅଭିଯୋଗକାରୀଙ୍କ ନିକଟକୁ ଆସୁନଥିଲେ।ଗଣମାଧ୍ୟମ ପ୍ରତିନିଧିମାନେ ତାଂକୁ ଯାଇ ଦେଖି କରିବା ପରେ ସେ ଆସି ସମସ୍ତଙ୍କୁ ବୁଝାସୁଝା କରିଥିଲେ।

ନିମ୍ନମାନର କାମ ହୋଇଥଲେ। ତୁରନ୍ତ କାମ ଠିକ କରିବା ସହ ବିଭାଗୀୟ ଯନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସ ପ୍ରତିଶ୍ରୁତି ଦେବା ପରେ ଧାରଣକାରୀମାନେ ଉଠିଥିଲେ।ଏଠାରେ ସୂଚନାଯୋଗ୍ୟ ଯେ ସଂପୃକ୍ତ ଠିକାଦାର ଜଣକ ଶାସକ ଦଳର ଜଣେ ନେତା ହୋଇଥିବା ବେଳେ କେହି ତାଂକ ବିରୋଧରେ ସ୍ବରତ୍ତୋଳନ କରୁନଥିଲେ।କିନ୍ତୁ ସମାଜସେବୀ ଶ୍ରୀ ବୁରୁଦା ଏହାକୁ ଭୃକ୍ଷେପ ନକରି ପ୍ରତିବାଦ କରିବା ସହ ସ୍ଥାନୀୟ ଲୋକଙ୍କୁ ଧରି ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘେରିବା ସହ କାମ ଠିକ କରିବା ପାଇଁ ଦାବି କରିଥିଲେ।ଜିଲ୍ଲା ସଦର ମହକୁମା ଠାରୁ ମାତ୍ର କିଛି କିଲୋମିଟରରେ ଯଦି ପ୍ରଧାନମନ୍ତ୍ରୀ ସଡକ ଯୋନଜାରେ କାମ ଏଭଳି ହେଉଛି ତେବେ ଦୁର୍ଗମ ଅଂଚଳରେ କିପରି ହେଉଥିବ ବୋଲି ଶ୍ରୀ ବୁରୁଦା ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଦାସଙ୍କୁ ପ୍ରଶ୍ନ କରିଥିଲେ।ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାର ମିଳିମିଶି କାମକୁ ନିମ୍ନମାନର କରି ଟଂକା ଆତ୍ମସାତ କରୁଥିବା ଅଭିଯୋଗ କରିଥିଲେ।ତୁରନ୍ତ ଯଦି ରାସ୍ତା କାମ ଠିକ ରୂପେ କରାନଗଲା ତେବେ ଜିଲ୍ଲା ବନ୍ଦ କରିବା ନେଇ ଧମକ ଦିଆଯାଇଥିଲା।ଏଥିସହ ସ୍ଥାନୀୟ ଅଂଚଳବାସୀ ମଧ୍ୟ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର