ଦିଲସାଦ ଖାନ୍‌ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୯ ଅଭିଯୁକ୍ତ ଗିରଫ

ରାଉରକେଲା: ରାଉରକେଲ ପୁଲିସ ଶୁକ୍ରବାର ଦିଲସାଦ ଖାନ୍‌ ହତ୍ୟା ମାମଲାରେ ୯ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଏକ ଲୁହାରଡ଼ ସହ ମାରଣାସ୍ତ୍ର ଜବତ କରିଛି। ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୮ଜଣଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସ୍‌ପି କେ ଶିବା ସୁବ୍ରମଣି କହିଛନ୍ତି।

ସୂଚନାଯୋଗ୍ୟ, ରାଉକେଲାସ୍ଥିତ ବଡ଼ପାର୍କ ପଡ଼ିଆରେ ଜୁନ୍‌ ୭ ତାରିଖ ଦିନ କ୍ରିକେଟ ଖେଳ ଚାଲିଥିଲା। ଏହି ସ୍ଥାନକୁ ଦିଲସାତ ଖାନ୍‌ଙ୍କ ସମେତ ୫ଜଣ ଆସିଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତ ଜିତେନ୍ଦ୍ର ସାହା ଓ ତାର ଭାଇ ସୂରଜ ସମେତ ଅନ୍ୟମାନେ ସେହି ସ୍ଥାନରେ ପହଞ୍ଚି ଦିଲସାତ ଖାନ୍‌ ଉପରକୁ ଲୁହାରଡ଼ରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦିଲସାତ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ଦିଲସାଦ ଖାନ୍ଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର