ଡ. ବିଜୟ ସାହୁ ଉଇପୋର ଅମ୍ବାସାଡ଼ର ମନୋନୀତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଗର୍ବ ଓ ଗୌରବ ଡ.ବିଜୟ ସାହୁ ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜ ଖ୍ୟାତି ଅର୍ଜନ କରିଚାଲିଛନ୍ତି। ଧନୁଷ ତୋପର ପେଟର୍ନ ପରେ ପରେ ଜଣେ ଉଦୀୟମାନ ଯୁବ ପ୍ରତିଭା ଭାବରେ ଦେଶ ବିଦେଶରେ ତାଙ୍କର ବେଶ୍‌ ସୁନାମ ରହିଛି। ବର୍ତ୍ତମାନ ସେ ମିଳିତ ଜାତିସଂଘର ବିଶ୍ବ ଇଣ୍ଟେଲେକ୍‌ଚୁଆଲ ପ୍ରପଟି ଅର୍ଗାନାଇଜେସନର ଅମ୍ବାସେଡ଼ର ଭାବେ ମନୋନୀତ ହୋଇଛନ୍ତି।

ଉଇପୋ ମାଧ୍ୟମରେ ଶିଳ୍ପ ଓ ଉଦ୍ୟୋଗକୁ ବୈଷୟିକ ଜ୍ଞାନ ସାମାଜିକ ଓ ଅର୍ଥନୀତିକ ଏବଂ ସାଂକୃତିକ ବିକାଶ ପାଇଁ ମାର୍ଗଦର୍ଶନ କରିବା ସହିତ ବିଶ୍ୱରେ ଇଣ୍ଟେଲେକଚୁଆଲ ପ୍ରପଟିର ସୁରକ୍ଷା ପ୍ରଦାନ କରିବା ଏବଂ ପ୍ରାଶାସନିକ ସହଯୋଗ ମାଧ୍ୟମରେ ସାରା ବିଶ୍ୱରେ ଉଇପୋର ଲୋକାଭିମୁଖୀ କରିବା ଏହାର ପ୍ରମୁଖ ଲକ୍ଷ୍ୟ ଅଟେ। ବର୍ତ୍ତମାନ ଡ. ସାହୁ ଭାରତ ସରକାରଙ୍କ ବିଶାଖାପାଟଣାସ୍ଥିତ ଏନଆରଡ଼ିସିର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ନିଜ ଘର କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ଅଁଳାପାଲି ଗ୍ରାମରେ। ତାଙ୍କର ଏହି ସଫଳତା ନେଇ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି।

ସମ୍ବନ୍ଧିତ ଖବର