ସଚେତନଧର୍ମୀ ଚଳଚ୍ଚିତ୍ର ‘କର୍ମ’ର ପ୍ରିମିୟର ସୋ’

ଅଭିନେତାଙ୍କୁ ସମ୍ବର୍ଦ୍ଧିତ କଲା ପ୍ରତିମା ଅମ୍ବିକା ଚାରିଟେବୁଲ ଟ୍ରଷ୍ଟ

ଜୟପୁର: ‌ସଚେତନତାଧର୍ମୀ ବଜରଙ୍ଗକ୍ରିଏସନର ୩୩ତମ ଚଳଚ୍ଚିତ୍ର ‘କର୍ମ’ର ପ୍ରିମିୟର ସୋ’ ଏସଆର ମଲ୍ ନୋଭାର ୨ୟ ସ୍କ୍ରିନରେ ପ୍ରିମିୟର ସୋ’ ହୋଇଛି। ଚଳଚ୍ଚିତ୍ରଟିର ରଚନା ଓ ନିର୍ଦ୍ଦେଶନା ଗୋପାଳ ପଟ୍ଟନାୟକ କରିଥିବା ବେଳେ ଏଥିରେ ବିଭିନ୍ନ ଭୁମିକାରେ କୁଞ୍ଜୁ ରବି କୁଟି, ଏସ୍‌କେ ନାୟକ, ଥୁକୁଲ, ବାବୁଲି, ଲିଙ୍ଗରାଜ ସାହୁ, ବିନାୟକ, ସାବିତ୍ରି ବେହେରା ପ୍ରମୁଖ ଅଭିନୟ କରିଥିଲେ। ନିଶା ତଥା ମଦ୍ୟପାନ କରି ନିଜ ଅଜାଣତରେ ତଥା ନିଶାର କବଳରେ କରିଥିବା କର୍ମର ଫଳ ତଥା ଭୁଲ ପରିବର୍ତ୍ତୀ ସମୟରେ ଭୋଗିବାକୁ ପଡ଼ିବ। ନିଜେ କରିଥିବା ଯେ କୌଣସି କୁକର୍ମ ଯେତେବେଳେ ମଧ୍ୟ ଭୋଗିବାକୁ ପଡ଼ିବ ଏଭଳି ସଚେତନତା ମୂଳକ ବାର୍ତ୍ତାକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି ବୋଲି କହିଛନ୍ତି ନିର୍ଦେଶକ ଗୋପାଳ ପଟ୍ଟନାୟକ।

ପ୍ରିମୟର ସୋରେ କେଏଫଡିଏଫର ସଭାପତି ରବୀନ୍ଦ୍ର କୁମାର ପାତ୍ର, ସଂପାଦକ ଅମର ମିଶ୍ର, ସହସଂପାଦକ ମନୋଜ ପଟ୍ଟନାୟକ, ସନ୍ତୋଷ ଦାଶ, କମଳାକାନ୍ତ ରଥ, କିଶୋର ମିଶ୍ର, ଗୁ‌ପ୍ତ କୌଳାଶ ହୋତା, କୌଳାଶ ହୋତା, ରବି ପାତ୍ର, ବିଜୟ ମହାପାତ୍ର, ପ୍ରଦୀପ ଟୁନାଟନ୍ ମିଶ୍ର, ବିଜୟା ପାଣିଗ୍ରାହୀ, ନିରଂଜନ ପାଣିଗ୍ରାହୀ, ଉମାକାନ୍ତ ମହାରାଣା, ସ୍ବର୍ଣ୍ଣଲତା ପଣ୍ଡା,ଜୟନ୍ତ ଦାଶ, ଶ୍ରୀକାନ୍ତ ଦାଶ, ମନୋଜ ପାତ୍ର, ଚନ୍ଦ୍ରଶେଖର ମହାପାତ୍ର, ବିଶ୍ବଜିତ ମହାପାତ୍ର, ପ୍ରଦୀପ ସାହୁ, ଗୋପାଳ କୃଷ୍ଣ ସାମନ୍ତରାୟ, ସୁରେଶ ହୋତା, ସ୍ବାତୀ ହୋତା, ଙ୍କ ସହ ବହୁ ଅଭିନେତା ଓ ଅଭିନେତ୍ରୀ ମାନେ  ଯୋଗ ଦେଇ ଚଳଚ୍ଚିତ୍ରର କଳାକାରଙ୍କୁ ପ୍ରତ୍ସାହିତ କରିଥିଲେ। ଏହି ଅବସରରେ ବାରିଣୀପୁଟସ୍ଥ ପ୍ରତିମା ଅମ୍ବିକା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

 

ସମ୍ବନ୍ଧିତ ଖବର