ଘରେ ଆକସ୍ମିକ ନିଆଁ ଲାଗିବାରୁ ଗୋଟିଏ ପରିବାରର ତିନିଜଣ ଜୀବନ୍ତ ଦଗ୍ଧ : ମାଅା, ପୁଅ ଓ ଝିଅଙ୍କ ଜୀବନ ଗଲା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ୍‌ ଥନଟ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ନିଆଁ ଲାଗିବାରୁ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିଲା। ନିଆଁରେ ଜୀବନ୍ତ ଦଗ୍ଧ ହୋଇଥିବା ମୃତକମାନେ ହେଲେ ଚମ୍ପା ମେହେର (୪୦) ଓ ତାଙ୍କର ପୁଅ  ଅମିତ ମେହେର (୮) ଏବଂ ଝିଅ ସୁନୀତା ମେହେର (୧୩) ବୋଲି ଜଣାପଡ଼ିଛି।

ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ବଡ଼ ଝିଅ ପୋଖରୀକୁ ଗାଧୋଇବାକୁ ଯିବା ବେଳେ ବାପା ଅଜିତ ମେହେର ବହି ବିକ୍ରି କରିବା ପାଇଁ ବଜାର ଯାଇଥିଲେ । ଆଉ ଏହି ସମୟରେ ହଠାତ ଘରେ ନିଆଁ ଲାଗି ଯାଇଥିଲା। ଆଉ ଏହି ନିଆଁରେ ଘଟଣାସ୍ଥଳରେ ଥିବା ମା’ ପୁଅ ଓ ଝିଅ ଜୀବନ୍ତ ଦଗ୍ଧ ହୋଇଥିଲା।

ସୂଚନା ପାଇ ଧର୍ମଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ପୁଲିସ ସମସ୍ତ ମୃତକଙ୍କୁ ଉଦ୍ଧାର କରିଛି ।

ସମ୍ବନ୍ଧିତ ଖବର