ରାଉରକେଲା: ନର୍ସିଂ ହୋମରେ ଅଗ୍ନିକାଣ୍ଡ, ଉତ୍ତେଜନା

ରାଉରକେଲା: ରାଉରକେଲାର ଓମ୍‌ ଆପୋଲୋ ହସ୍‌ପିଟାଲ ନାମକ ଏକ ଘରୋଇ ନର୍ସିଂ ହୋମରେ ଆଜି ସକାଳୁ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ନର୍ସିଂ ହୋମ୍‌ର ଶିଶୁ ଓ୍ଵାର୍ଡରେ ନିଆଁ ଲାଗିଛି। ନିଆଁ ଲାଗିବା କ୍ଷଣି ନର୍ସିଂ ହୋମ କର୍ତ୍ତୃପକ୍ଷ ନିଆଁକୁ ଆୟତ କରିଛନ୍ତି। ତେବେ ଏହି ଅଗ୍ନିକାଣ୍ଡରେ ଜଣେ ନବଜାତ ଶିଶୁ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଅନ୍ୟ ଏକ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ନର୍ସିଂହୋମ ପରିସରରେ ଉତ୍ତେଜନା ଦେଖାଦେଇଥିବାରୁ ସେଠାରେ ପୁଲିସ ମୂତୟନ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର