ଜାଣନ୍ତି ‘କଳି’ଙ୍କୁ କେଉଁ ୫ଟି ସ୍ଥାନରେ ରହିବାକୁ ରାଜା ପରିକ୍ଷିତ ଅନୁମତି ଦେଇଥିଲେ

କୁହାଯାଏ ମହାଭାରତ ଯୁଦ୍ଧରେ ହିଁ କଳିଯୁଗର ଅୟମାରମ୍ଭ ହୋଇଥିିଲା। ମହାଭାରତ ଯୁଦ୍ଧର ୯ମ ଦିନ ପର୍ଯ୍ୟନ୍ତ କୌଣସି ଯୋଦ୍ଧା ଅନ୍ୟାୟରେ ମରି ନ ଥିଲେ। ପରେ ପରେ ଆରମ୍ଭ ହୋଇଥିଲା କଳିଯୁଗ। କଳି ନିଜକୁ କେବଳ ମହାଭାରତ ଯୁଦ୍ଧ ଭିତରେ ସୀମିତ ରଖିଥିଲା। ତେବେ ଯୁଦ୍ଧ ପରେ କଳି ନିଜ କାୟା ବିସ୍ତାର କରିବାକୁ ଚେଷ୍ଠା କରିଥିଲା। ମାତ୍ର ଶ୍ରୀକୃଷ୍ଣଙ୍କ ଉପସ୍ଥିତି ଯୋଗୁଁ କଳି ନିଜକୁ ବିସ୍ତାର କରି ପାରି ନ ଥିଲା। ତେବେ ଶ୍ରୀକୃଷ୍ଣଙ୍କ ପରଲୋକ ଖବର ପାଇ ପାଣ୍ଡବ ପାଞ୍ଚିଭାଇ ଦୌପଦୀଙ୍କ ସହିତ ସ୍ୱାର୍ଗାରୋହଣ ଉଦ୍ଦେଶ୍ୟରେ ବାହାରି ଯାଇଥିଲେ। ଯିବା ପୂର୍ବରୁ ସେମାନେ ସେମାନଙ୍କ ନାତି( ଅଭିମନ୍ୟୁଙ୍କ ପୁତ୍ର) ପରିକ୍ଷିତଙ୍କୁ ହସ୍ତିନାପୁର ରାଜ୍ୟର ଦାୟିିତ୍ୱ ଦେଇଥିଲେ। ଯୁଧିିଷ୍ଠିର ପରିକ୍ଷିତଙ୍କୁ କହିଥିଲେ ଯେ ‘କଳି’ଆସି ପହଞ୍ଚି ଯାଇଛି। କୌଣସି ପରିସ୍ଥିତିରେ ‘କଳି’ଙ୍କୁ ହସ୍ତିନାପୁର ଭିତରକୁ ପଶିବାକୁ ସୁଯୋଗ ଦେବ ନାହିଁ। ଏହା ଶୁଣି କଳିଙ୍କୁ ରାଜ୍ୟ ଭିତରକୁ ପ୍ରବେଶ କରାଇ ନ ଦେବାକୁ ପରିକ୍ଷିତ ପଣ କରି ଜଗି ରହିଥିଲେ।

photo credit= speaking tree

ଦିନେ କଳି ହସ୍ତିନାପୁର ଭିତରକୁ ପଶିବାକୁ ଉଦ୍ୟମ କରିବାରୁ ପରିକ୍ଷିତଙ୍କ ସହିତ ତାଙ୍କର ଯୁଦ୍ଧ ହେଲା ଓ ପରିକ୍ଷିତ କଳିଙ୍କୁ ବନ୍ଦୀ କରିନେଲେ। ବନ୍ଦୀ ଅବସ୍ଥାରେ କଳି ମହାରାଜ ପରିକ୍ଷିତଙ୍କୁ କହିଥିଲେ ଯେ ସୃଷ୍ଟିକର୍ତ୍ତା ବ୍ରହ୍ମା ୪ ଯୁଗ ଯଥା ସତ୍ୟ. ତ୍ରେତେୟା, ଦ୍ୱାପର ଓ କଳିଯୁଗ ସୃଷ୍ଟି କରିଛନ୍ତି। ସତ୍ୟଯୁଗ ୧୭ଲକ୍ଷ୨୮ ହଜାର ବର୍ଷ ଥିଲା। ତ୍ରେତେୟା ଯୁଗ ୧୨ ଲକ୍ଷ ୯୬ ହଜାର ବର୍ଷ ଥିଲା। ଦ୍ୱାପର ଯୁଗ ୮ ଲକ୍ଷ ୬୪ ହଜାର ବର୍ଷ ଥିଲା। ସେହିପରି କଳିଯୁଗ ପାଇଁ ବ୍ରହ୍ମା ୪ ଲକ୍ଷ୩୨ ହଜାର ବର୍ଷ ସ୍ଥିିର କରିଛନ୍ତି। କଳିଙ୍କ ମୁଖରୁ ଏହା ଶୁଣିବା ପରେ ବ୍ରହ୍ମାଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ ଅନୁଚିତ ବୋଲି ହୃଦୟଙ୍ଗମ କରି ରାଜା ପରିକ୍ଷିତ କଳିକୁ ମୁକ୍ତ କରିଥିଲେ ଓ ତାଙ୍କୁ କେବଳ ୫ଟି ସ୍ଥାନରେ ରହିବାକୁ ସୁଯୋଗ ଦେଇଥିଲେ। ସେହି ୫ଟି ସ୍ଥାନ ହେଉଛି ମଦଶାଳା, ବେଶ୍ୟାଳୟ,କଂସେଇଖାନା, ଜୁଆ ଆଡ୍ଡା ଓ ସୁନା। କଳି ଏଥିରେ ରାଜି ହୋଇଥିଲେ। ଯିିଏ ଏହି ୫ଟି ସ୍ଥାନ ସମ୍ପର୍କରେ ଆସିବ, ସେ କଳିର କବଳିତ ହେବେ ବୋଲି ପରିକ୍ଷିତ କଳିଙ୍କୁ ଜଣାଇ ଦେଇଥଲେ।

photo credit- speaking tree

ତେବେ ରାଜା ପରିକ୍ଷିତଙ୍କ ମୃତ୍ୟୁ ନ ହେଲେ, କଳିଯୁଗର ବିସ୍ତାର ଠିକ୍‌ ଭାବେ ହୋଇ ପାରିବ ନାହିଁ ବୋଲି କଳି ହୃଦୟଙ୍ଗମ କରି ମହାରାଜ ପରିକ୍ଷିତଙ୍କ ମୁଣ୍ଡରେ ଥିବା ସ୍ୱର୍ଣ୍ଣ ମୁକୁଟ ଜରିଆରେ ତାଙ୍କୁ କବଳିତ କରି ତପସ୍ୟା ରତ ଋଷିଙ୍କୁ ଅପମାନିତ କରାଇ ଥିଲେ। ପରେ ଋଷି ଅଭିଶାପରେ ପରିକ୍ଷିତଙ୍କ ମୃତ୍ୟୁ ଘଟିବା ପରେ କଳିଯୁଗ ସଚରାଚର ବ୍ୟାପ୍ତି ହୋଇଥିଲା।

ସମ୍ବନ୍ଧିତ ଖବର