ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଫୁଟବଲ ମ୍ୟାଚ ସମୟରେ ଖେଳାଳିଙ୍କ ହୃଦଘାତରେ ମୃତ୍ୟୁ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଶନିବାର ଜଣେ ଖେଳାଳିଙ୍କ ଖେଳ ପଡ଼ିଆରେ ହିଁ ଆକସ୍ମିକ ମୃତ୍ୟୁକୁ ନେଇ ଖେଳାଳି ସ୍ତବ୍ଧ ହୋଇପଡ଼ିଛନ୍ତି। ମୃତ ଫୁଟବଲ ଖେଳାଳିଙ୍କ ନାମ ଅଜୟ କୁମାର ନାୟକ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ବାରବାଟୀ ଷ୍ଟାଡିୟମ୍‌ରେ ଏଫ୍‌ଏଓ ଫୁଟବଲ ଲିଗ ମ୍ୟାଚ ଚାଲିଥିବା । ଏହି ସମୟରେ ଖେଳ ପଡିଆରେ ଏକ ଅଘଟଣ ଘଟିଥିଲା। ଏସ୍‌ବିଆଇ ଓ ସାଇ ହଷ୍ଟେଲ ମଧ୍ୟରେ ଏହି ଫୁଟବଲ ମ୍ୟାଚ ଚାଳିଥିଲା। ଏହି ସମୟରେ ଏସ୍‌ବିଆଇ ହଷ୍ଟେଲ ପକ୍ଷରୁ ଖେଳୁଥିବା ଖେଳାଳି ଅଜୟ କୁମାର ନାୟକଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଫଳରେ ସେ ଛାତିକୁ ଧରି ଚଟାଣରେ ଟଳି ପଡ଼ିଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରି କଟକ ଏସ୍‌ସିବିରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ଅଜୟଙ୍କ ଚିକିତ୍ସା ପରେ ହୃତଘାତରେ ମୃତ୍ୟୁ ବୋଲି ସୂଚନା ଦେଇଥିଲେ। ଅଜୟଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ଓ ସାଥୀ ଖେଳାଳିଙ୍କ ମଧ୍ୟରେ ଶୋକର ବାତାବରଣ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର