ନବୀନବାଗ ବକ୍ସି ଜଗବନ୍ଧୁ କ୍ଲବ ଆନୁକୂଲ୍ୟରେ ଆଜିଠାରୁ ଆରମ୍ଭ ହେଲା ଗଣପତି ମହୋତ୍ସବ

ଖୋର୍ଦ୍ଧା: ନବୀନବାଗ ବକ୍ସି ଜଗବନ୍ଧୁ କ୍ଲବ ଆନୁକୂଲ୍ୟରେ ଆଜି ଠାରୁ ତିନିଦିନିଆ ଗଣପତି ମହୋତ୍ସବ ଆରମ୍ଭ ହୋଇଯାଇଛି । ନବୀନବାଗଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ତଥା ଉଦଘାଟକ ଭାବେ ସମ୍ବାଦ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ପୂର୍ବତନ ବିଧାୟକ ଡ ଦିଲିପ ଶ୍ରୀଚନ୍ଦନ, ନ୍ୟୁଥିଂକିଂ ଫୋରମର ନରେନ୍ଦ୍ର ପୃଷ୍ଟି, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ସମାଜସେବୀ ସଂଜୟ ପଟ୍ଟନାୟକ, ଆଇନଜୀବୀ ଶିଶିର ପରିଡ଼ା, ବକ୍ସି ଜଗବନ୍ଧୁ କ୍ଲବର ସଭାପତି ଦେବେନ୍ଦ୍ର ଶତପଥୀ, କାର୍ଯ୍ୟକ୍ରମର ସଂଯୋଜକ ପ୍ରିୟବ୍ରତ ବାରିକ ପ୍ରମୁଖ ମଂଚାସୀନ ଥିଲେ ।

ଆଜିଠାରୁ ୪ ତାରିଖ ଯାଏଁ ଚାଲିବାକୁ ଥିବା ଏହି ମହୋତ୍ସବ ଖୋର୍ଦ୍ଧା ସହରରେ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଛି । ପ୍ରତିଦିନ ସଂଧ୍ୟାରେ ରାଜ୍ୟ ତଥା ରାଜ୍ୟବାହାରୁ ବିଭିନ୍ନ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶିଶୁଙ୍କ ପାଇଁ ମୀନାବଜାର, ଦୋଳି ଆଦିର ବ୍ୟବସ୍ଥା କରାଯାଇଛି । ଆଜି ପ୍ରଥମ ସାଂସ୍କୃତିକ ସଂଧ୍ୟାରେ ଭୁବନେଶ୍ୱର ଶିଳ୍ପିକାର ବାସୁଦେବ ନାଥ ମଂଚ ଉଦଘୋଷକ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଖୋର୍ଦ୍ଧାର ନୃତ୍ୟାଙ୍ଗନା ମାଳବିକା ଦାଶ, ଜଟଣୀ ନୃତ୍ୟପ୍ରଭାର ସାନ୍ତା ରାଓ, କଳାହାଣ୍ଡି ବରପାହାଡ଼ ସାଂସ୍କୃତିକ ସୋସାଇଟିର ଅନନ୍ତ ପଟେଲ୍, ଯୁଗଳ ଶଂଖ ବାଦ୍ୟରେ ବାଲାଜୀ ସାହୁ, ମା ବରୁଣେଇ ପାଇକ ଆଖଡ଼ାର ବିଷ୍ଣୁ ଚରଣ ସାମନ୍ତରାୟ ପ୍ରମୁଖ ନୃତ୍ୟ ଆଦି ପରିବେଷଣ କରିଥିଲେ ।

ସମ୍ବନ୍ଧିତ ଖବର