ଗଞ୍ଜାମ: ଚିକିତ୍ସାଧୀନ ଅବସ୍ଥାରେ ଅଭିଯୁକ୍ତ ଫେରାର ହେବା ଘଟଣାରେ ୫ କନଷ୍ଟେବଲ ନିଲମ୍ବିତ

ବ୍ରହ୍ମପୁର: ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରୁ ଫେରାର ହେବା ଘଟଣାରେ ରବିବାର ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ୫ ଜଣ କନ୍‌ଷ୍ଟେବଲଙ୍କୁ ନିଲମ୍ବନ କରିଛନ୍ତି। ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଅଭିଯୁକ୍ତ ବୁଲୁ ନାଏକ ଅକ୍ଟୋବର ୯ରେ ବୋମା ବିସ୍ଫୋରଣରେ ଆହତ ହୋଇଥଲା। ବୁଲୁ ନିଜ ବାଇକ୍‌ରେ ଯାଉଥିବା ବେଳେ ବୋମା ବିସ୍ଫୋରଣ ହୋଇଥିଲା। ପୁଲିସ ବୁଲୁକୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲା। ଏହା ପୂର୍ବରୁ ବୁଲି ଜେଲରୁ ଫେରାର ହୋଇଥିଲା। ପୁଲିସ ହେପାଜତରୁ ଫେରାର ହେବା ଘଟଣାରେ ୫ କନ୍‌ଷ୍ଟେବଲ ନିଲମ୍ବିତ ହୋଇଛନ୍ତି।

ବର୍ଷ ୨୦୧୭ରେ ବାବୁ ନାଏକକୁ ଏନ୍‌କାଉଣ୍ଟର କରିଥିଲା ବ୍ରହ୍ମପୁର ପୁଲିସ। ଏହା ପରେ ତାକୁ ଭଞ୍ଜନଗର ଉପ-କାରାଗାରରେ ରଖାଯାଇଥିଲା।

ଗତ ସେପ୍ଟେମ୍ବର ୧୧ରେ ଭଞ୍ଜନଗର ଜେଲରୁ ଫେରାର ଥିବା କଏଦୀ ବାବୁ ନାଏକ ଆଜି ତା’ର ବନ୍ଧୁ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅସୁରବନ୍ଧ ଗାଁର ବଳରାମ ନାଏକ ସହିତ ବାଇକରେ ବୋମା ନେଇ ଯାଉଥିଲେ। ବାଟରେ ସେମାନେ ପରିବା ନେଇ ଯାଉଥିବା ପ୍ରଶାନ୍ତ ନାମରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ। ଫଳରେ ଦୁର୍ଘଟଣା ଘଟିବାରୁ ବାବୁ ଧରିଥିବା ବୋମାବ୍ୟାଗ ଖସିପଡ଼ିଥିଲା।

ସମ୍ବନ୍ଧିତ ଖବର