୧୫ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଅବକାରୀ ବିଭାଗ ଦ୍ୱାରା ସ୍ଥାନୀୟ ମୃଗ ବିହାର ନିକଟରୁ ଏକ ବାଇକରୁ ୧୫ ଗଞ୍ଜେଇ ଜବତ କରାଯାଇଛି। ଏଥିସହ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନାଅନୁଯାୟୀ, ବିଶେଷସୂତ୍ରରୁ ଖବର ପାଇଁ ଗତକାଲି ସକାଳ ୧୧ ଘଣ୍ଟା ସମୟରେ ଜିଲ୍ଲା ଅବକାରି ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ନିର୍ଦେଶରେ ନବରଙ୍ଗପୁର ଅବକାରି ଆଇଆଇସି ସୁଧିର କୁମାର ସାହୁ, ଅବକାରୀ ଓଆଇସି କୁମ୍ବପାଣୀ ସିନ୍ଦୁର, ଏଏସଆଇ ସୁବ୍ରତ ହିରଣ, ପାପଡାହାଣ୍ଡି ଅବକାରି ଓଆଇସି ଅମୀୟ ଖଞ୍ଜଙ୍କ ନେତୃତ୍ୱରେ ଏକ ଟିମ ମୃଗବିହାର ନିକଟରେ ଜଗି ରହିଥିଲେ। ଏହି ସମୟରେ ଏକ ବାଇକ ଟଚ୭୦ଋୠ ୨୯୮୫କୁ ଅଟକାଇ ଯାଞ୍ଚ କରିବାରୁ ଏକ ଜୋରି ବେଗରେ ଗଞ୍ଜେଇ ଥିବା ଜଣାପଡିଥିଲା।

ଏହା ଜାଣିବା ପରେ ଅବକାରୀ ବିଭାଗ କର୍ମଚାରୀ ଉଭୟକୁ କାବୁ କରିଥିଲେ। ପରେ ଅବକାରୀ ବିଭାଗ ଜବତ ଗଞ୍ଜେଇ, ବାଇକ ଓ ଗଞ୍ଜେଇ ଚାଲାଣ କାରିକୁ ଅବକାରୀ କାର୍ଯ୍ୟାଳୟକୁ ନେଇଥିଲେ। ପଚରାଉଚରା ପରେ ଗଞ୍ଜେଇ ଚାଲାଣକାରୀ ଉଭୟ ଉତ୍ତରପ୍ରଦେଶ ରାଜ୍ୟ ପ୍ରତାପଗଞ୍ଜ ଜିଲ୍ଲା ପୁନେବଲଵାନ ଗ୍ରାମର ଅନୁପ କୁମାର ପାଣ୍ଡିଆ (୩୬) ଓ ଗୋହର ଗ୍ରାମର ସନ୍ତୋଷ କୁମାର ଶ୍ରୀବାସ୍ତାବ(୩୬) ବୋଲି ଜଣାପଡିଥିଲା। ଜବତ ଗଞ୍ଜେଇ କୋରାପୁଟ ଜିଲ୍ଲାରୁ ଉତ୍ତରପ୍ରଦେଶ ରାଜ୍ୟକୁ ଚାଲାଣ ହେଉଥିବା ଉଭୟ ଗଞ୍ଜେଇ ଚାଲାଣକାରୀ ଉଭୟ ଅବକାରୀ ବିଭାଗକୁ କହିଥିଲେ। ଜବତ ଗଞ୍ଜେଇକୁ ଓଜନ କରିବା ପରେ ଏହା ୧୫ କିଲୋ ବୋଲି ଜଣାପଡିଥିଲା। ଏ ନେଇ ପାପଡାହାଣ୍ଡି ଅବକାରୀ ବିଭାଗ ପିଆର କେସ ନମ୍ବର ୩୬/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତ ଅନୁପ ଓ ସନ୍ତୋଷକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି। ଗଞ୍ଜେଇ ଜବତ ସମୟରେ ଅବକାରୀ କର୍ମଚାରୀ ବାଳକୃଷ୍ଣ ନାୟକ ଗୋତୁଲ ନାୟକ, ସନୁ ସେଠିଆ, ଆକ୍ରମ ଖାନ, ରଂଜିତ ସିଂହ ଓ ରୀନା ବଡ଼ନାୟକ ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର