ସମ୍ବଲପୁର: ବନ୍ଧୁକ ବେପାରି ଗିରଫ, ଇଟାଲି ନିର୍ମିତ ଚୋରା ପିସ୍ତଲ, ଗୁଳି ଜବତ

ସମ୍ବଲପୁର: ଗତକାଲିି ରାତିରେ ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ସିନ୍ଦୁରପଙ୍କ ଚେକ୍‌ଗେଟ୍‌ ନିକଟରେ ଚଢ଼ାଉ କରି ଜଣେ ବନ୍ଧୁକ ଚୋରା ବେପାରିଙ୍କୁ ଗିରଫ କରିଛନ୍ତି। ତାଙ୍କ ବାଇକ୍‌ରୁ ପୁଲିସ ୫ଟି ପିସ୍ତଲ, ଗୁଳି ଜବତ କରିଛି। ଜବତ ପିସ୍ତଲ ମଧ୍ୟରେ ଇଟାଲୀ ନିର୍ମିତ ଗୋଟିଏ ଅତ୍ୟାଧୁନିକ ପିସ୍ତଲ ରହିଥିବା ବେଳେ ଗୋଟିଏ ସେମି ଅଟୋମେଟିକ୍‌ ପିସ୍ତଲ ରହିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଦଳେଇପଡ଼ାର ଟିପୁ ଓରଫ ମହମ୍ମଦ ଜାହିନ ଖାଁ ଗତକାଲି ନିଜ ବାଇକ ଯୋଗେ ଆସୁଥିବା ସୂଚନା ପାଇ ପୁଲିସ ତାଙ୍କୁ ସିନ୍ଦୁରପଙ୍କ ବନବିଭାଗ ଚେକ୍‌ଗେଟ୍‌ ନିକଟରେ ଅଟକାଇଥିଲା। ପୁଲିସ ତାଙ୍କ ବାଇକ ତନଖି କରିବାରୁ ସେଥିରୁ ୫ଟି ଦେଶୀ ବିଦେଶୀ ପିସ୍ତଲ ସହିତ ଗୁଳି ମିଳିଥିଲା। ପୁଲିସ ତାଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବାରୁ ସେ ଏହି ବନ୍ଧୁକ ବିହାର ଅଞ୍ଚଳରୁ ଆଣି ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାରେ ବିକ୍ରି କରୁଥିବା ସ୍ୱୀକାର କରିଥିଲା। ତେବେ ଏହା ପଛରେ ଏକ ବଡ଼ ର‍୍ୟାକେଟ କାର୍ଯ୍ୟ କରୁଥିବା ପୁଲିିସ ସନ୍ଦେହ କରୁଛି। ପୂର୍ବରୁ ଟିପୁ ନାମରେ ସମ୍ବଲପୁର ଟାଉନ ଥାନା, ରେଢ଼ାଖୋଲ ଥାନାରେ ଏକାଧିକ ମାମଲା ରହିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର