କୁ‌ଲାଡ‌ରେ କନ୍ଧ ରାଜା କୁଲା-ଡହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍‌ ଅଧୀନ କୁଲାଡ ଭୂଇଁଆଣି ପୀଠ ଠାରେ କନ୍ଧରାଜା କୁଲା ଏବଂ ଡିହଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। କୁଲାଡ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପଣ କରିଛନ୍ତି। ବିଶିଷ୍ଟ ଶିକ୍ଷାବିତ୍‌ ତଥା ଭାଷାପ୍ରେମୀ ଶଶାଙ୍କ କିରଣ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜଗବନ୍ଧୁ ଜେନା, ସନ୍ତୋଷ ଜେନା, ନେତାଜୀ ବି‌ଷୋୟୀ, ଅନ୍ତର୍ଯ୍ୟାମୀ ତ୍ରିପାଠୀ, କନ୍ଧମାଳ କୁଇ ସମାଜ ସଭାପତି ଭାସ୍କର ପ୍ରଧାନ, କନ୍ଧ ସୁରକ୍ଷା ମଞ୍ଚ ସଭାପତି ସଞ୍ଜୀବ ପ୍ରଧାନ, ବୈଷ୍ଣବ ଦାଶ, ଭଞ୍ଜ ବିଶାରଦ ମନୁନନ୍ଦ ପତି, ନୃତ୍ୟଗୁରୁ ଶଙ୍କର୍ଷଣ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବର୍ଣ୍ଣାଢ୍ୟ ପରିବେଶରେ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ଦେବୀଙ୍କ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ଇତିହାସର ଆଇନାରେ ବହୁବର୍ଷ ପୂର୍ବେ ଯେତେବେଳେ ଭଞ୍ଜ ରାଜା ମାନେ ଘୁମୁସର ଗଡକୁ ରାଜତ୍ବ କରିବାକୁ ଆସଥିଲେ। ସେହି ସମୟରେ ସେମାନଙ୍କ ନୂତନ ରାଜଧାନୀ ଗଢିବା ନିମନ୍ତେ ବର୍ତ୍ତମାନର କୁଲାଡ ଅଞ୍ଚଳକୁ ଆସିଥିଲେ। ସେହି ସମୟରେ ସେଠାରେ ରାଜତ୍ବ କରୁଥିବା ତତ୍କାଳିନ କନ୍ଧରାଜା ଦୁଇ ଭାଇ କୁଲା ଓ ଡହଙ୍କ ଠାରୁ ଏହି ଅଞ୍ଚଳକୁ ନିଜ ଦଖଲକୁ ନେବା ପାଇଁ ସେମାନଙ୍କ ସହ ଯୁଦ୍ଧ କରି ପରାସ୍ତ କରିଥିଲେ। ଯୁଦ୍ଧ ପରବର୍ତ୍ତି ଚୁକ୍ତି ଅନୁଯାୟୀ ସେହି ଦୁଇ କନ୍ଧ ରାଜାଙ୍କ ନାମ ଅନୁସାରେ ଏହି ଅଞ୍ଚଳକୁ କୁଲାଡହ ଗ୍ରାମର ନାମ ରଖାଯାଇଥିଲା।

କାଳକ୍ରମେ ଏହି ଅଞ୍ଚଳ କୁଲାଡ ଗ୍ରାମ ଭାବେ ପରିଚିତ ‌ହୋଇଛି। ତେଣୁ ନିଜ ଜନ୍ମଭୂମୀର ସ୍ମୃତି ରକ୍ଷା ପାଇଁ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବା ମୂଳ ଲକ୍ଷ୍ୟ ବୋଲି ଶ୍ରୀ ତ୍ରିପାଠି ପ୍ରକାଶ କରିଛନ୍ତି। ଏହି ଅବସରରେ କୋରପୁଟର ଦୃଷ୍ଟିହୀନ କଳାକାରଙ୍କ ଦ୍ବାରା ଭଜନ ପରିବେଷଣ କରାଯାଇଥିଲା। ଏଥିସହ ଭୂଇଁଆଣୀ ଦେବୀ ପୀଠରେ ଅତିଥି ମାନେ ବୃକ୍ଷ ରୋପଣ ସହ ପୀଠରେ ଶାରଦୀୟ ମହାଷ୍ଟମୀ ପୂଜା କରାଯାଇଥିଲା। ଶିଳ୍ପୀ ଶାନ୍ତନୁ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଭୂଇଁଆଣି ପରିଚାଳନା କମିଟି ସଦସ୍ୟ ପ୍ରଭାକର ବିଷୋୟୀ, ପ୍ରଦିପ ବିଷୋୟୀ, ସଭାପତି ଭଞ୍ଜ ମହାପାତ୍ର, ସମ୍ପାଦକ ଅନୀଲ ଦାଶ, ତ୍ରିଲୋଚନ ଦାସ, ଶିବରାମ ରଥ, ଭଗବାନ ମିଶ୍ର, ପ୍ରମୋଦ ବିଷୋୟୀ କୁନା ପ୍ରଧାନ, ଅଶୋକ ସ୍ବାଇଁ, ଶିବରାମ ସ୍ବାଇଁ, ଧୋବା ଗୌଡ, ଲକ୍ଷ୍ମୀ ନାରାୟଣ ସେଠୀ, ନଟବର ସ୍ବାଇଁ, ବନପାଳ ଶୁଭସ୍ମିତା ପାତ୍ର, ସୁଚିତ୍ରା ତ୍ରିପାଠୀ ପ୍ରମୁଖ ବ୍ୟକ୍ତି କାର୍ଯ୍ୟକ୍ରମ ପରିଚାଳନାରେ ‌ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର