ଥାନା ଅଧିକାରୀଙ୍କ ବଦାନ୍ୟତା; ରକ୍ତ ଦେବା ସହ ରକ୍ତଦାନ ନେଇ କରାଇଲେ ସଚେତନ

ମାଲକାନଗିରି: ମାଲକାନଗିରିର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଏବେ ଉତ୍କୋଟ ହେବାକୁ ଲାଗିଲାଣି। ଜିଲ୍ଲାରେ ଏବେ ପାରଦ ୪୦ ଡିଗ୍ରୀ ପାର କରିଗଲାଣି। ମାର୍ଚ୍ଚ ମାସ ବେଳକୁ ଯଦି ଗର ଏଭଳି ରହିଛି ତେବେ ଆଗକୁ ଆହୁରି ତିନି ମାସ କିପରି ଲୋକେ କଟାଇବେ ଚିନ୍ତା କଲେଣି। ତେବେ ଗ୍ରୀଷ୍ମରେ ରକ୍ତଦାନ କରିବାକୁ ଲୋକେ ପସନ୍ଦ କରନ୍ତି ନାହିଁ। ଏପଟେ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ। ପ୍ରତିଦିନ ୨୦ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ମେଡିକାଲରେ ରୋଗୀଙ୍କୁ ଦରାକାର ପଡୁଛି। ଏତେ ରକ୍ତ ଯୋଗାଡ କରିବା ରକ୍ତଭଣ୍ଡାର ପାଇଁ କାଠିକର ପାଠ। ବିଭିନ୍ନ ଅନୁଷ୍ଠାନ ନିର୍ବାଚନକୁ ଆଳ କରି ରକ୍ତଦାନ କରିନଥିବା ବେଳେ ଏବେ ଗରମ ନେଇ ଖସିବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ମଧ୍ୟରେ ମାଥିଲି ଆଇଆଇସି ରାମ ପ୍ରସାଦ ନାଗ କିନ୍ତୁ ରକ୍ତଦାନ କରିବା ସହ ଲୋକଙ୍କୁ ଏହି ମହତ ଦାନ ନେଇ ସଚେତନ କରାଇଥିଲେ।

Sambad

ମାଥିଲି ଠାରେ ସତ୍ୟସାଇ ସେବା କେନ୍ଦ୍ର ତରଫରୁ ରକ୍ତଦାନ କରାଯାଇଥିଲା। ଏଠାରେ ନିଜେ ଆଇଆଇସି ଶ୍ରୀ ନାଗ ଉପସ୍ଥିତ ରହି ରକ୍ତଦାନ କରିବା ସହ କିପରି ସ୍ବାସ୍ଥ୍ୟକୁ ସବୁବେଳେ ଠିକ ରଖିବେ ସେନେଇ ଲୋକଙ୍କୁ ବୁଝାଇଥିଲେ। ଏହା ପୂର୍ବରୁ ମଧ୍ୟ ମାଲକାନଗିରି ଜିଲ୍ଲାରେ ବହୁ ସମାଜସେବା କରି ଲୋକଙ୍କ ପ୍ରତି ଅଧିକାରୀ ଭାବେ ପରିଚିତ ହୋଇଛନ୍ତି। ଏବେ ମାଥିଲି ଅଞ୍ଚଳରେ ନିଜର ଦାୟିତ୍ବକୁ ସୂଚାରୁରୂପେ ତୁଲାଇବା ସହ ସମାଜସେବା କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି। ରକ୍ତଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ସହ ଯୋଗଯୋଗ କରି ଆଗକୁ ଯେପରି ଜିଲ୍ଲାରେ ରକ୍ତରେ କେହି ମରିବେ ନାହିଁ ସେନେଇ ପଦକ୍ଷେପ ନେବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର