ଜଗତସିଂହପୁରରେ ପିଲାଚୋର ଗୁଜବ: ସଚେତନ କଲା ପୁଲିସ

ଜଗତସିଂହପୁର: ଜଗତସିଂହପୁରରେ ପିଲାଚୋର ଗୁଜବ ପ୍ରଚାର ଚାଲିଥିବା ବେଳେ ଏହାକୁ ନେଇ ପୁଲିସ ଲୋକଙ୍କୁ ସଚେତନ କରିଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ,  ସମସ୍ତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଜଣାଇ ଦିଆଯାଉଛି କି ଏବେ କିଛି ଅଞ୍ଚଳରେ ପିଲାଚୋର ଗୁଜବ ପ୍ରଚାର ହେଉଛି। ଲୋକମାନେ ନିଜ ଅଞ୍ଚଳରେ ଅଜଣା ବ୍ୟକ୍ତି ଯଥା ବୁଲା ଭିକାରୀ, ପାଗଳ ଲୋକ, ପଥଭ୍ରଷ୍ଟ ଶ୍ରମିକ ଆଦିଙ୍କୁ ଦେଖିଲେ ପିଲା ଚୋର ବୋଲି ଭାବି ନେଉଛନ୍ତି ଏବଂ ସେ ନିରିହ ଲୋକକୁ ଅଟକାଇ ମାରଧର କରୁଛନ୍ତି। ଫଳରେ ପରବର୍ତ୍ତୀ ସମୟରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ତେଣୁ ନିଜ ନିଜ ଅଞ୍ଚଳର ଲୋକମାନଙ୍କୁ ସଚେତନ କରାଇ ଦିଅନ୍ତୁ କି ପିଲା ଚୋର ଏକ ଗୁଜବ। ଏପରି ଗୁଜବ ଠାରୁ ଦୂରେଇ ରୁହନ୍ତୁ। କୋୖଣସି ଅଜଣା ବ୍ୟକ୍ତିଙ୍କୁ ନିଜ ଅଞ୍ଚଳରେ ଦେଖିଲେ, ସଙ୍ଗେ ସଙ୍ଗେ ୧୧୨ କିମ୍ବା ନିଜ ଥାନା ଅଧିକାରୀଙ୍କୁ ଫୋନ୍ କରି ଜଣାନ୍ତୁ। ଆଇନକୁ ହାତକୁ ନିଅନ୍ତୁ ନାହିଁ କି ଅସୁବିଧାରେ ପଡ଼ି ପଥଭ୍ରଷ୍ଟ ହୋଇଥିବା ନିରିହ ଲୋକକୁ ମାରଧର କରନ୍ତୁ ନାହିଁ । ଏନେଇ ଜଗତସିଂହପୁର ଥାନା ନମ୍ବର ୯୪୩୮୯୧୬୨୨୦ ଓ ୯୪୩୯୪୩୭୦୭୨ ଯୋଗାଯୋଗ କରିବାକୁ ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର