ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼

କେନ୍ଦ୍ରାପଡ଼ା: ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ଗାଡ଼ି ଉପରକୁ ମଙ୍ଗଳବାର ଅପରାହ୍ନରେ ଟମାଟୋ ମାଡ଼ ହୋଇଥିବା ସୂଚନା ମିଳିଛି। ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିବାକୁ ପରିବହନ ମନ୍ତ୍ରୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଯାଇଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କୁ କଳାପତାକା ଦେଖାଇବା ସହିତ ଟମାଟୋ ଫିଙ୍ଗିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ୧୫ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି।

କଂଗ୍ରେସ କର୍ମୀମାନେ ଆଜି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାର ରାଜକନିକା ଓ ଆଳିରେ କଳା ପତାକା ପ୍ରଦର୍ଶନ କରିଥିଲେ। ଏହି ଘଟଣାରେ ପୁଲିସ ଗଡଗଡି ଓ ନିଆଳ ନିକଟରୁ ୧୩୦ କଂଗ୍ରେସ କର୍ମୀଙ୍କୁ ଆଗୁଆ ଗିରଫ କରିଥିଲା। ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ନିଆଳ ନିକଟରୁ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର