ବାଇକକୁ ପିଟିଲା ହାଇଓ୍ଵା, ୨ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା: ବାଇକକୁ ହାଇଓ୍ଵା ପିଟିବାରୁ ବୁଧବାର ରାତିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଖଟିଆପଡ଼ା ଗାଁର ମିଟୁ ଦାସଙ୍କ ମୃତ୍ୟୁ ଘଟିଛି। ସେହିପରି ଏହି ଦୁର୍ଘଟଣାର ଶିକାର ହୋଇଥିବା ଅରବିନ୍ଦ ବାରିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣେ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇ ପାରି ନାହିଁ।

ମିଟୁ, ଅରବିନ୍ଦ ଓ ସେମାନଙ୍କର ଜଣେ ସାଥୀ ବାଇକରେ ଘରକୁ ଫେରୁଥିଲେ। କଟକରୁ ଚାନ୍ଦବାଲି ରାସ୍ତାରେ ଆସୁଥିବା ବେଳେ ସେମାନେ ଗୋଗୁଆ ନିକଟସ୍ଥ ପେଟ୍ରୋଲ ପମ୍ପକୁ ଯାଇ ରାସ୍ତାକୁ ଆସିବା ମାତ୍ରେ ଏକ ହାଇଓ୍ଵା ଟ୍ରକ୍‌ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଏହା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲରେ ଡାକ୍ତର ମିଟୁ ଓ ଅନ୍ୟ ଜଣକୁ ମୃତ ଘୋଷଣା କରିଥିବା ବେଳେ ଅରବିନ୍ଦର ଅବସ୍ଥା ଗୁରୁତର ରହିଛି।

ସମ୍ବନ୍ଧିତ ଖବର