ଜମ୍ମୁ କଶ୍ମୀରରେ ଓଡ଼ିଆ ଯବାନ ସହିଦ ହେବା ପରେ ପିତା କହିଲେ ପୁଅ ପାଇଁ ଗର୍ବିତ

ଖୋର୍ଦ୍ଧା: ଆତଙ୍କବାଦୀଙ୍କ ଗୁଳିରେ ନିଜର ପୁଅ ଜୀବନ ହାରିଥିଲେ ମଧ୍ୟ ପିତା ଭାଙ୍ଗି ପଡ଼ି ନାହାନ୍ତି ବରଂ ସେ ଗର୍ବ ଅନୁଭବ କରୁଛନ୍ତି। ସହିଦ ଓଡ଼ିଆ ଯବାନ ହେମନ୍ତ ପଣ୍ଡାଙ୍କ ପିତା ପବିତ୍ର ପଣ୍ଡା ନିଜର ପ୍ରତିକ୍ରିୟାରେ କହିଛନ୍ତି, ପୁଅ ପାଇଁ ମୁଁ ଗର୍ବ ଅନୁଭବ କରୁଛି। ମୋ ପୁଅ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇଛି। ତେଣୁ ମୁଁ ଗର୍ବିତ। ମୁଁ ମଧ୍ୟ ସେନାରେ ଥିଲି। ମାତ୍ର ଆମ ବାପ-ପୁଅଙ୍କ ମଧ୍ୟ ପାର୍ଥକ୍ୟ ଅନେକ। ମୋ ପୁଆ ଯାହା କରିଛି, ମୁଁ ଜୀବନରେ କରିପାରିନଥାନ୍ତି।

ସହିଦ୍‌ଙ୍କୁ ମନେ ରଖିବା ପାଇଁ ସରକାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଦରକାର ବୋଲି ଅଠରାଙ୍ଗ ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀ ସହିଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଜମ୍ମୁ କଶ୍ମୀରରେ ଓଡ଼ିଆ ଯବାନ ହେମନ୍ତ ପଣ୍ଡା ଆତଙ୍କବାଦୀଙ୍କ ଗୁଳିରେ ଜୀବନ ହରାଇଛନ୍ତି। ହେମନ୍ତ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅନ୍ତର୍ଗତ ଅଠରାଙ୍ଗ ଗାଁ ନିବାସୀ। ସହିଦ ହେବା ନେଇ ହେମନ୍ତଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ହେମନ୍ତ (୨୩) ଦୁଇ ରୁ ତିନି ବର୍ଷ ତଳେ ଭାରତୀୟ ସେନାରେ ଯୋଗଦେଇ ଶ୍ରୀନଗର ବାରମୂଳା ସୀମାରେ କାର୍ଯ୍ୟରତ ଥିଲେ।

ସମ୍ବନ୍ଧିତ ଖବର