କୋରାପୁଟ: ରକ୍ତଦାନ ଶିବିରରେ ୮୧ ଯୁନିଟ୍‌ ରକ୍ତ ସଂଗ୍ରହ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଉଚ୍ଚବିଦ୍ୟାଳୟର ସ୍ୱର୍ଣ ଜୟନ୍ତିୀ ପାଳନ ଅବସରରେ ସମ୍ବାଦ ଓ ଆମଓଡିଶା ତରଫରୁ ଏକ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛିା ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଥାନା ଓଆଇସି ସୂର୍ଯ୍ୟପ୍ରକାଶ ନାୟକ ଉଦଘାଟନ କରିବା ସହ ନିଜେ ରକ୍ତଦାନ କରିଥିଲୋ

ଉଦଘାଟନୀ ଉତ୍ସବରେ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଅଧ୍ୟାପକ ପ୍ରକାଶ କୁମାର ସେନାପତି ଓ ରକ୍ତ ସଂଗ୍ରହ ଦାୟିତ୍ୱରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ରତିକାନ୍ତ ଖଟୁଆ ନିଜେ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ଓ ରକ୍ତସଂଗ୍ରହ କାରୀଙ୍କୁ ସହଯୋଗ କରିଥିଲେ। କାକିରିଗୁମା ଭଳି ଗ୍ରାମପଞ୍ଚାୟତ ସଦର ମହକୁମାରେ ପ୍ରଥମ ଥର ୮୧ ୟୁନିଟ୍‌ ରକ୍ତ ସଂଗ୍ରହ କରାଯିବା ଏହା ପ୍ରଥମ ଘଟଣା ହୋଇଥିବା ବେଳେ ଅଞ୍ଚଳର ଯୁବପିଢି ଠାରୁ ଆରମ୍ଭ କରି ଆଲୁମିନି ଛାତ୍ରଛାତ୍ରୀ ଓ ଗାଁର ଭଦ୍ରମଣ୍ଡଳୀ ଅଂଶ ଗ୍ରହଣ କରି ସ୍ୱେଚ୍ଚାକୃତ ଭାବେ ରକ୍ତଦାନ କରିଥିଲୋ

ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରୀୟା ବିଷୋଇ ଓ କାକିରିଗୁମା ସମ୍ବାଦ ପ୍ରତିନିଧି ନୃସିଂହନାଥ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ସ୍କୁଲ ପରିଚାଳନା ସଭାପତି ମୀନ କେତନ ନାୟକ ଆଲୁମିନି ସଭାପତି ଡାଳ ବନ୍ଧୁ ମହାକୁଡ, ସନ୍ତୋଷ ବାରିକ୍‌, ଦେବାନନ୍ଦ ସାହୁ, ଶୁସାନ୍ତ ବିଷୋଇ, ଅଶୋକ ନାୟକ, ହେମନ୍ତ ବିଷୋଇ, ଭଜରାଜ୍‌ ବିଷୋଇ, ପଙ୍କଜ ସାହୁଙ୍କ ସମେତ ବିଦ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ଶିବିରକୁ ସହଯୋଗ କରିଥିଲୋ

ସମ୍ବନ୍ଧିତ ଖବର