କେନାଲରେ ନାହିଁ ପାଣି, ଜମି ଫାଟି ଆଁ କଲାଣି; ଚାଷୀ ମୁଣ୍ଡରେ ଚଡ଼କ

ବୋରିଗୁମ୍ମା: ଚାଷୀ କିଭଳି ବର୍ଷକୁ ଦୁଇଥର ଚାଷ କରି ଲାଭବାନ ହୋଇପାରିବେ, ତାକୁ ଦୃଷ୍ଟିରେ ରଖି ସରକାର ପ୍ରତ୍ୟେକ ଅଞ୍ଚଳରେ କେନାଲର ବା ନଳକୂପର ସୁବିଧା କରିଛନ୍ତି। ହେଲେ ଚାଷୀ କେନାଲ ପାଣି ସୁବିଧାକୁ ନଜରରେ ରଖି ରବି ଚାଷ କରିଥାଏ, କିନ୍ତୁ ପର୍ଲି ଅଞ୍ଚଳରେ କେନାଲରେ ଟୋପାଏ ପାଣି ନାହିଁ ଜମି ଫାଟି ଆଁ କଲାଣି ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଲାଣି। କେତେବେଳେ ଦଇବ ଦାଉ ସାଜୁଛି ତ କେତେବେଳେ ପ୍ରଶାସନ ଦାଉ ସାଜୁଛି ଶହ ଶହ ଚାଷୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଆଉ ଆତ୍ମହତ୍ୟା କରିବା ଭଳି ପଦକ୍ଷେପ ନେବାକୁ ସଜାଗ ହେଇଛନ୍ତି।
ରବି ଋତୁରେ ଧାନ କିଆରିକୁ କେନାଲ ପାଣି ଯାଉନାହିଁ ଫଳରେ ପାଣି ଅଭାବରୁ ହଜାର ହଜାର ହେକ୍ଟର ଚାଷ ଜମିରେ ଧାନ ଫସଲ ପୋଡ଼ିଗଲାଣି। ଚାଷଜମି ଫାଟି ଆଁ କଲାବା ଫଳରେ ଗଜା ମରୁଡ଼ିର ସଙ୍କେତ ବି ଦେଲାଣି। ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଗୁହାରି କଲା ପରେ ବି ଆଜି ପାଣି ଛାଡ଼ିବୁ କାଲି ଛାଡ଼ିବୁ ବୋଲି କହୁଛନ୍ତି ହେଲେ ଛାଡ଼ୁନାହାନ୍ତି ପାଣି। ଏବେ ଧାର-କରଜ କରି ଚାଷ କରିଥିବା ଶହ ଶହ ଚାଷୀ ମେଳିହୋଇ ରାଜପଥ ଘେରାଉ କରିବା ସହ ଆତ୍ମହତ୍ୟାର ଚେତାବନୀ ବି ଦେଇଛନ୍ତି। ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପାର୍ଲି ଗ୍ରାମରୁ। ଚଳିତ ରବି ଋତୁରେ କାମର ପଞ୍ଚାୟତର ଭାଟି ଗାଆଁ ମୌଜାରେ ଶହ ଶହ ହେକ୍ଟର ଜଳସେଚିତ ଜମିରେ ଶତାଧିକ ଚାଷୀ ଧାନଚାଷ କରିଛନ୍ତି। ହେଲେ କେନାଲରେ ପାଣି ଛଡ଼ାଯାଉନାହିଁ। ଏହାଫଳରେ ଜମିରେ ଧାନଚାରା ଶୁଖି ଗଜା ମରୁଡ଼ି ହେବାର ଆଶଙ୍କା ଦେଲାଣି।

ସବୁ କିଛି ଦେଖି ମଧ୍ୟ ନିଜ ଫସଲକୁ ରକ୍ଷା କରିପାରୁନି ଚାଷୀ। ଆଜି ଶହ ଶହ ଚାଷୀ ମେଳିହୋଇ ଶୀଘ୍ର କେନାଲ ପାଣି ନ ମିଳିଲେ ଫସଲ ନଷ୍ଟ ହୋଇଯିବାକୁ ନେଇ ତୁରନ୍ତ ପାଣି ନ ଛାଡ଼ିଲେ ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି। ଏନେଇ ସରକାର ଅନେକ ସ୍ଥାନରେ କେନାଲ ହେଉଛି ଆଉ ଚାଷୀଙ୍କ ଫସଲ ଦୁଇ ଗୁଣ ହେଉଛି ବୋଲି ବାହା ବାହା ନେଉଛନ୍ତି ଓ ଚାଷୀ ଜଳକର ବନ୍ଦୀ ହୋଇ ମାସ ମାସ ବିତି ଯାଉଛି ହେଲେ ଚାଷ ଜମିକୁ ମାଡ଼ୁନି ଜଳ। ଏହା ଦିନେ ବା ଦୁଇ ଦିନର ସମସ୍ୟା ନୁହେଁ, ବରଂ ପ୍ରତିବର୍ଷ ଏଭଳି ସମସ୍ୟା ଭାଟିଗାଁ ମୌଜାର କାମରା, ପାର୍ଲି ଏବଂ କୈଲାରୀ ଅଞ୍ଚଳରେ ଶହ ଶହ ଚାଷୀ ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ଜଳସେଚନ ବିଭାଗ ଜଳକର ଆଦାୟ କରୁଛନ୍ତି, ହେଲେ ଚାଷୀ ବେହାଲ ହେଉଛନ୍ତି। ଏଣୁ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ଏଥିପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି କାମରା ସରପଞ୍ଚ ଗପି ଗଦବା।

ସମ୍ବନ୍ଧିତ ଖବର