ଜାନୁଆରୀ ୧୮ରୁ କୁଷ୍ଠରୋଗ ଚିହ୍ନଟ ପାଇଁ ସ୍ୱତନ୍ତ୍ର ଅଭିଯାନ

ଖୋର୍ଦ୍ଧା: ଜିଲ୍ଲାରେ କୁଷ୍ଠରୋଗୀଙ୍କୁ ଚିହ୍ନଟ କରିବା ଅଭିଯାନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହୋଇ ୧୦ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଆଜି ଜିଲ୍ଲା କୁଷ୍ଠରୋଗ ନିରାକରଣ ଅଧିକାରୀ ଡା ଇନ୍ଦରା ରଥ ସୂଚନା ଦେଇଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗ ଦେବା ପରେ ଡା ରଥ ସୂଚନା ଦେଇ କହିଛନ୍ତି ଯେ ଗତ ବର୍ଷ ଜିଲ୍ଲାରୁ ୨୧୦ଜଣ କୁଷ୍ଠରୋଗୀଙ୍କୁ ଚିହ୍ନଟ କରାଯାଇଥିଲା ।

ବୈଠକରେ ପ୍ରାଥମିକ ଅବସ୍ଥାରୁ ରୋଗ ଚିହ୍ନଟ, ନିର୍ଦ୍ଧାରିତ ସମୟ ଓ ନିୟମିତ ଏମ୍ଡିଟି ସେବନ ଆଦି କିଭଳି ନିଶ୍ଚିତ କରାଯିବ ସେନେଇ ଆଲୋଚନା ହୋଇଥିଲା । ଏହା ସହ ଜାନୁଆରୀ ୩୦ ତାରିଖରୁ ଏନେଇ ସଚେତନା ଅଭିଯାନ ଆରମ୍ଭ କରାଯିବ ।  ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଡା ସମ୍ବିତ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱରଂଜନ ପତି, ପିଡି ଡିଆର୍ଡିଏ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ, ସ୍ୱାସ୍ଥ୍ୟାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର