ବିପୁଳ ପରିମାଣର ମାଓ ସମଗ୍ରୀ ଜବତ କଲେ ବିଏସଏଫ ଓ ଡିଭିଏଫ ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମାଓବାଦୀକୁ ଦମନ କରିବାରେ ପୁଲିସ ଏକ ପ୍ରକାର ସଫଳ ମିଳିଥିବା ବେଳେ ଏବେ ପୁଣି ମାଓବାଦୀଙ୍କ ବିସ୍ଫୋରକ, ବନ୍ଧୁକ ସମେତ ଦୈନନ୍ଦିନ ସାମଗ୍ରୀ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଏସପି ନୀତିଶ ୱାଧୱାନୀଙ୍କ ନିର୍ଦେଶକ୍ରମରେ ଏସଓଜି ଏବଂ ଡିଭିଏଫ ଯବାନ ସ୍ବାଭିମାନ ଅଂଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଯଡାମ୍ବ ଥାନା ଅନ୍ତର୍ଗତ କୁସୁମପୁଟ ନିକଟସ୍ଥ ଜଂଗଲରେ ନକ୍ସଲ ବିପୁଳ ପରିମାଣରେ  ମାଓ ବିସ୍ଫୋରକ ସମେତ ଦୈନନ୍ଦିନ ସାମଗ୍ରୀ ଲୁଚାଇ ରଖିଥିଲେ।

ତେବେ ପୁଲିସକୁ ମିଳିଥିବା ସୂଚନା ପ୍ରକାରେ ସେହି ସ୍ଥାନରେ ଗାତ ଖୋଳି ଦେଖିବା ବେଳକୁ ସେଠାରେ ନକ୍ସଲ ୮ଟି ବନ୍ଧୁକ, ଟିଫିନ ବୋମା ୨ଟି, ୭୮୦ଟି ଜିଲୋଟିନ, କ୍ୟାମେରା ବ୍ୟାଟେରି, ଲାପ୍‌ଟପ ବ୍ୟାଟେରି, ବିଦ୍ୟୁତ ତାର, ଟର୍ଚ୍ଚ ଲାଇଟ, ମାଓ ପୋଷାକ, ଚପଲ, ଛତା ଇତ୍ୟାଦି ପୁଲିସ ଜବତ କରିଥିଲା।ତେବେ ନକ୍ସଲ ଏକ ବଡ ଧରଣର ଅଘଟଣ ଘଟାଇବା ପାଇଁ ଏଠାରେ ଲୁଚାଇ ରଖିଥିବା ପୁଲିସ କହିଥିଲା।

ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଏସପି ନୀତିଶ ୱାଧୱାନୀ ଏହି ସବୁ ମାଓ ସାମଗ୍ରୀକୁ ପ୍ରଦର୍ଶନ କରିଥିଲେ।ସ୍ବାଭିମାନ ଅଂଚଳରେ ଏହା ଉଦ୍ଧାର ହେବା ପରେ ନକ୍ସଲଙ୍କର ଏକ ବଡ ଚାଲକୁ ଭଣ୍ଡୁର କରିବା ସହ ଅଣ୍ଟା ଭାଙ୍ଗି ଦେଇଥିବା ଆଲୋଚନା ଜୋର ଧରିଛି।ସ୍ବାଭିମାନ ଅଂଚଳକୁ ନକ୍ସଲ ନିଜର ଗଡ ବନାଇଥିଲେ। ଏବେ ବିଏସଏଫ ଏବଂ ଏସଓଜି, ଡିଭିଏଫର ଘନ ଘନ ଚଢଉରେ ନକ୍ସଲ ବେକଫୁଟକା ଚାଲିଯାଇଛନ୍ତି। ଏହି ସଫଳତା ପରେ ପୁଲିସର ମନୋବଳ ବଢିଥିବା କୁହାଯାଇଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଓ ନିରୀହ ଲୋକଙ୍କୁ ପୁଲି ଇନଫର୍ମର କହି ହତ୍ୟା କରିବା ପାଇଁ ନକ୍ସଲ ଏଭଳି ବିସ୍ଫୋରକ ଲୁଚାଇ ରଖିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର