ନଳକୂଅକୁ ପାଣି ଆଣିବାକୁ ଯାଇଥିବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ

ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲାର ତଲସରା ଥାନା ବନଡେଗା ଫାଣ୍ଡି ଅନ୍ତର୍ଗତ ବନଡେଗା ସରାଜଙ୍ଗ ଗ୍ରାମରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ପୁଲିସ  ଅଭିଯୁକ୍ତକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଦିନ ୧୦ଟା ସମୟରେ ନିକଟତମ ନଳକୂଅକୁ ପାଣି ଆଣିବାକୁ ଯାଇଥିବା ଉକ୍ତ ଗ୍ରାମର ଜଣେ ୩୫ ବର୍ଷୀୟା ମହିଳାଙ୍କୁ ଉକ୍ତଗ୍ରାମର ୬୦ ବର୍ଷୀୟ ବୃଦ୍ଧ ସିରାଧର ଡମ ମହିଳାଙ୍କୁ ଏକୁଟିଆ ଥିବାର ସୁଯୋଗ ନେଇ ମହିଳାକୁ ବୁଦାଳିଆ ଖାଲ ଭିତରକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ପରେ ସେ ମହିଳାଙ୍କୁ ଛାଡ଼ିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ମହିଳାଜଣକ ଘରକୁ ଯାଇ ନିଜ ଭାଉଜ ଓ ମାଙ୍କୁ ସମସ୍ତ ଘଟଣା କହିବାରୁ ସେମାନେ ବନଡେଗା ଫାଣ୍ଡିରେ ଲିଖିତ ଅଭିଯୋଗ ଦେଇଥିଲେ। ପୁଲିସ ଉକ୍ତ ଗ୍ରାମକୁ ଯାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର