ଝଞ୍ଜାବତୀ ନଦୀରେ ଯୁବକ ନିଖୋଜ

ରାୟଗଡ଼ା : ଝଞ୍ଜାବତୀ ନଦୀରେ ଆଜି ଅପରାହଣରେ ଜଣେ ଯୁବକ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍, ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଯୁବକଙ୍କ କୌଣସି ପତ୍ତା ମିଳିନି।

ରାୟଗଡ଼ା ୟେଦୁ ସାହିର ଜି. ମଣିକାଣ୍ଟା (୧୯) ଝଞ୍ଜାବତୀ ନଦୀକୁ ଗାଧୋଇବାକୁ ଯାଇ ଆଉ ନ ଫେରିବା ପରେ ପରିବାର ଲୋକ ଖୋଜିବା ପାଇଁ ଯାଇଥିଲେ। ନଦୀକୂଳରେ ମଣିକାଣ୍ଟାଙ୍କ ଚପଲ ପଡିଥିବା ବେଳେ ବ୍ରିଜ୍ ଉପରେ ଲୁନା ମଟର ସାଇକେଲ ପାର୍କିଂ ହୋଇଛି। ନଦୀରେ ବୁଡ଼ି ଯାଇଥିବା ସନ୍ଦେହରେ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ରାୟଗଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜିବା ଆରମ୍ଭ କରିଥିଲେ। ସଂଧ୍ୟା ହୋଇଯିବା କାରଣରୁ ଅଗ୍ନିଶମ ବାହିନୀ ଫେରି ଆସିଥିବା ବେଳେ ଆସନ୍ତାକାଲି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣା ପଡିଛି।

ସମ୍ବନ୍ଧିତ ଖବର