ନଦୀରେ ବୁଡ଼ିଯାଇ ନାବାଳକର ମୃତ୍ୟୁ

ଯାଜପୁରସଦର: ନଦୀକୁ ଶୌଚ ହେବାକୁ ଯାଇଥିବା ‌ସମୟରେ ବୁଡ଼ିଯାଇ ଜଣେ ନାବାଳକର ମୃତ୍ୟୁ ହୋଇଯାଇଛି। ମୃତ ନାବାଳକ ଯାଜପୁର ସଦର ଥାନା ଖଇରାବାଦ୍ ପଞ୍ଚାୟତ ଅଡ଼ଙ୍ଗ ପୁରୁଷୋତ୍ତମପୁର ଗ୍ରାମର ଖଜି ଜହରଙ୍କ ପୁଅ ଖାଜି ତାହିର(୧୩)। ସେ ଆଜି ମଧ୍ୟାହ୍ନରେ ଶୌଚ ହେବାକୁ ନଦୀକୁ ଯାଇ ଆଉ ଘରକୁ ଫେରିନଥିଲେ। ନଦୀରେ ବାଲି ମାଫିଆଙ୍କ ଦ୍ବାରା ସୃଷ୍ଟି ହୋଇଥିବା ଗର୍ତ୍ତରେ ପଡ଼ି ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ‌ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର