ଖୋର୍ଦ୍ଧା ଜିଲ୍ଲା ବିଜେପିର ନୂତନ କାର୍ଯ୍ୟକାରୀ କମିଟିକୁ ଅନୁମୋଦନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଭାରତୀୟ ଜନତା ପାର୍ଟିର ନୂତନ କାର୍ଯ୍ୟକାରୀ କମିଟିକୁ ରାଜ୍ୟ ସଭାପତି ସମୀର ମହାନ୍ତି ଓ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦରେଶ୍ୱରୀଙ୍କ ଆଜି ଅନୁମୋଦନ ମିଳିଛି। ନୂତନ କମିଟିରେ ସଭାପତି ଭାବେ ରଶ୍ମୀରଂଜନ ମହାପାତ୍ର ପୁଣିଥରେ ମନୋନୀତ ହୋଇଛନ୍ତି। ଉପସଭାପତି ଭାବେ ଡାକ୍ତର ବେହେରା, ପ୍ରଶାନ୍ତ ଆଦିତ୍ୟ, ରଘୁନାଥ ଷଡ଼ଙ୍ଗୀ, ମାଗୁଣୀ ସେଠୀ, ବିଜୟ ବିଶ୍ୱାଳ, ରୋଜିନାରାଣୀ ଦାଶ, ନିରୂପମା ପରିଡା ଓ ରାଜଲକ୍ଷ୍ମୀ ନାଥ ମନୋନୀତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ପ୍ରକାଶ ଚନ୍ଦ୍ର ବିଜୁଳୀ, ଦୁଷ୍ମନ୍ମ ହରିଚନ୍ଦନ, ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କୁ ମନୋନୀତ କରାଯାଇଛି।

ନୂତନ କମିଟିରେ ହେମନ୍ତ ବେହେରା, ଶକ୍ତି ପ୍ରସାଦ ମିଶ୍ର, ମନୋଜ ନନ୍ଦ, ପ୍ରତିମା ଭୋଇ, ଗୀତାଂଜଳି ନାୟକ, ଅନ୍ନପୂର୍ଣ୍ଣା ପରିଡ଼ା, ସବିତା ମାଝି ସମ୍ପାଦକ ଭାବେ ଚୟନ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ଲକ୍ଷ୍ମୀକାନ୍ତ ମିଶ୍ର ମନୋନୀତ ହୋଇଛନ୍ତି।

ଯୁବମୋର୍ଚ୍ଚା ସଭାପତି ଭାବେ ପ୍ରଦୀପ ବଡ଼ଜେନା, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ପ୍ରିୟଦର୍ଶିନୀ ଭଞ୍ଜଦେଓ, କିଶାନ ମୋର୍ଚ୍ଚା ତାପସ ଜେନା, ଏସ୍‌ପି ମୋର୍ଚ୍ଚା ଶିବ ମଲ୍ଲିକ, ଏସ୍ଟି ମୋର୍ଚ୍ଚା ପାଣ୍ଡବ ଶବର, ଓବିସି ମୋର୍ଚ୍ଚା ଅଶୋକ ପ୍ରଧାନ, ସଂଖ୍ୟାଲଘୁ ମୋର୍ଚ୍ଚା ସେକ୍ ହାଇଦର ଅଲ୍ଳୀ ହୋଇଛନ୍ତି। ଏନେଇ ସଭାପତି ରଶ୍ମୀରଂଜନ ମହାପାତ୍ର କହିଛନ୍ତି ଯେ ଜିଲ୍ଲା କମିଟି ଚଳିତ ବର୍ଷ ମାର୍ଚ୍ଚ ୬ ତାରିଖରେ ଚୟନ କରାଯାଇ ରାଜ୍ୟ କମିଟିକୁ ପଠାଯାଇଥିଲା। ଆଜି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦରେଶ୍ୱରୀ ଏହାକୁ ଅନୁମୋଦନ କରିିଛନ୍ତି।

ସମ୍ବନ୍ଧିତ ଖବର