ଗାଁରୁ ବାସନ୍ଦ ଘଟଣା, ଜାତୀୟ ମାନବାଧିକାର କୋର୍ଟରେ ମାମଲା

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧୀନ ନୂଆରମ୍ପାସ ଗାଁର ଗୋଟିଏ ପରିବାର ଗାଁ ଲୋକ ବାସନ୍ଦ କରିିବା ଘଟଣା ପହଞ୍ଚିଛିି ଜାତୀୟ ମାନାବାଧିକାର କମିିସନ କୋର୍ଟରେ। ମାନବାଧିକାର କର୍ମୀ ହିମାଶୁଂ ନାୟକ ଏନେଇ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିବାପରେ କମିସନ ଏହାକୁ ଗ୍ରହଣ କରି ୨୪୪୯ / ଆଇଏନ / ୨୦୨୧ରେ ମାମଲା ରୁଜୁ କରିଛନ୍ତି। ବାସନ୍ଦର ଶିକାର ହୋଇଥିବା ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ନାୟକ ଜାତୀୟ ମାନବାଧିକାର କମିସନଙ୍କୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ଗ୍ରାମର ମହେଶ୍ୱର ସୂତାର ଓ ତାଙ୍କ ପଡୋଶୀ କୃଷ୍ଣଚନ୍ଦ୍ର ସୂତାରଙ୍କ ମଧ୍ୟରେ ରାସ୍ତାକୁ ନେଇ ବିବାଦ ଲାଗିରହିଥିଲା। ଏନେଇ ପରସ୍ପର ମଧ୍ୟରେ ବହୁବାର ଝଗଡା ହୋଇଥିଲା। ଏହାର ସମାଧାନ ପାଇଁ ଗାଁରେ ବୈଠକ ବସିଥିଲା। ବୈଠକରେ ଏକତରଫା ନିଷ୍ପତ୍ତି ହେବାରୁ ମହେଶ୍ୱର ଏହାକୁୁ ମାନି ନଥିଲେ।

ସେଥିପାଇଁ ଗାଁର କିଛି ଭଦ୍ରବ୍ୟକ୍ତି ମିଳିତ ହୋଇ ମହେଶ୍ୱରଙ୍କୁ ଏକଘରକିଆ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାର ପ୍ରତିବାଦରେ ପରିିବାର ସହ ଗତକାଲି ସେ ଆନନ୍ଦପୁୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଆନନ୍ଦପୁର ଉପଜିଲ୍ଲାପାଳ ତୁରନ୍ତ ନନ୍ଦିପଦା ପୁଲିସକୁ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାପରେ ମହେଶ୍ୱରଙ୍କ ପରିବାର ଧାରଣାରୁ ହଟିଥିଲେ |

ସମ୍ବନ୍ଧିତ ଖବର