ନୂଆପଡ଼ା : ଦାଦନ ଶ୍ରମିକ ନିଖୋଜ, ଅପହରଣ ଓ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନୂଆପଡ଼ା:  ନୂଆପଡ଼ା ଜିଲ୍ଲାରେ ଜଣେ ଦାଦନ ଶ୍ରମିକ ନିଖୋଜ ହେବା ଘଟଣା ନଜରକୁ ଆସିଛି । ଏହି ଶ୍ରମିକଙ୍କୁ ଦଲାଲ ଅପହରଣ କରି ହତ୍ୟା କରିଥିବା  ପରିବାର ଲୋକ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ  ୭ ଜୁଲାଇ ୨୦୧୯ରେ ଦୁଇ  ଶ୍ରମିକ ଦଲାଲ  ଅରୁପ ନିଆଲ ଓ  ପାର୍ଥମ ବେହେରା  ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଆମଗୁଡ଼ା ଗ୍ରାମର  କିଶୋର ବନଛୋରଙ୍କୁ ସିକନ୍ଦରାବାଦକୁ  ଦାଦନ କାମ କରିବାକୁ  ପଠାଇଥିଲେ । କିଶୋର ସେଠାରେ ୨୫ ଦିନ  କାମ କରିଥିବା ବେଳେ ୩୦ ଜୁଲାଇ ୨୦୧୯ ଫୋନକରି ପରିବାର ଲୋଙ୍କୁ ତାଙ୍କର ଶରୀର ଅସୁସ୍ଥ ଥିବା  କହିଥିଲେ ।

ଏହା ପରେ  କିଶୋରଙ୍କ ଭାଇ ରାଇଧର ‌ବନଛୋର ଓ ଭଣଜା ଦେବବ୍ୟାସ ଗହୀର ତାଙ୍କ ସନ୍ଧାନରେ ସିକନ୍ଦରାବାଦ ବାହାରିଥିଲେ।  ହେଲେ ସେଠାରେ ଥିବା  ଅରୁଣ ନିଆଲ ଓ ପାର୍ଥମ ବେହେରା ସେମାନଙ୍କୁ ଆସିବା ପାଇଁ ମନାକଲେ ଏବଂ କହିଲେ ଯେ କିଶୋରକୁ ତାଙ୍କର ଦୁଇଜଣ ସହଯୋଗୀ ସାଥିରେ ନେଇ ଘରକୁ ଆସୁଛନ୍ତି। ତେଣୁ ରାଇଧର ବନଛୋର ଓ ବେଦବ୍ୟାସ ଗହୀର ଦୁଇଦିନ ଧରି କଣ୍ଡାବାଞ୍ଜି ରେଳଷ୍ଟେସନରେ  କିଶୋରଙ୍କ ପାଇଁ ଅପେକ୍ଷା  କରିଥିଲେ, କିନ୍ତୁ ସେ ଆସିଲେ ନାହିଁ।  ତେବେ ଅରୁପ ନିଆଲ ଓ ପାର୍ଥମ  ବେହେରା କିଶୋରଙ୍କୁ ଅପହରଣ କରି ନେଇ ହତ୍ୟା କରିଛନ୍ତି ବା କୌଣସି କାରଣରୁ ଲୁଚାଇଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହା ଉପରେ  କିଶୋର ବନଛୋର  ସ୍ତ୍ରୀ କୁଲ ବନଛୋର ଗତ ୨୧  ଅଗଷ୍ଟ୨୦୨୦ ରେ  ବୋଡ଼େନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।  କିନ୍ତୁ ଏପର୍ଯ୍ୟନ୍ତ ଘଟଣାକୁ  ବର୍ତ୍ତମାନ ମଧ୍ୟ କୌଣସି ପଦକ୍ଷେପ  ଗ୍ରହଣ କରାଯାଉ ନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାକୁ ନେଇ  ଦଳିତ ଅଧିକାର ମଞ୍ଚ ଜିଲ୍ଲାସଭାପତି କମଳ ଚରଣ ତାଣ୍ଡି  ଶୁକ୍ରବାର ଦିନ ବୋଡ଼େନ ଥାନାରେ  ନିଖୋଜ  ଦାଦନ ଶ୍ରମିକ ଙ୍କୁ ଉଦ୍ଧାର ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସମ୍ବନ୍ଧିତ ଖବର