ଭଣ୍ଡାରିପୋଖରୀରେ କାନ୍ଥ ପଡି ଜଣେ ମୃତ

ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନଆମୀ ପଞ୍ଚାୟତ ନିମିଗଡ଼ିଆ ଗ୍ରାମରେ ଆଜି ସନ୍ଧ୍ୟା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଗଙ୍ଗାଧର ଜେନା ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘର କାମ ସାରିବା ପରେ ଗୋରୁ ଗୁହାଳକୁ ଯାଇଥିବା ବେଳେ ସେଠାରେ ତାଙ୍କ ଉପରେ କାନ୍ଥ ପଡିଥିବା କୁହାଯାଉଛି। ଗୁରୁତର ଆହତ ଅବସ୍ଥାରେ ଗଙ୍ଗାଧରଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ଗଙ୍ଗାଧରଙ୍କୁ ୬୭ବର୍ଷ ବୟସ ହୋଇଥିବା ଜଣାଯାଇଛି। ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଗାଁରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର