ବୌଦ୍ଧ: ଚାରିଛକରେ ଅଟୋ ଓ ଟ୍ରକ ଧକ୍କା, ଜଣେ ମୃତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ଉପରେ ଅଟୋ ଓ ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସୂଚନା ମତେ ଚାରିଛକ ମଝିରେ ଦଶପଲ୍ଲା ପଟୁ ଭୁବନେଶ୍ୱରରୁ ୫୭ନଂ ଜାତୀୟ ରାଜପଥ ଦେଇ ବଲାଙ୍ଗୀର ଯାଉଥିବା ଏକ ଆଳୁ ବୋଝେଇ ଟ୍ରକ ବାମପାର୍ଶ୍ୱ ଚକଦେହରେ ଫୁଲବାଣୀ ପଟୁ ଦ୍ରୁତ ଗତିରେ ଆସୁଥିବା ଅଟୋ ଧକ୍କା ହୋଇ ଓଲଟି ପଡିଥିଲା। ଆଖ ପାଖରେ ଥିବା ଲୋକେ ଅଟୋ ତଳେ ପଡିଥିବା ୩ଜଣଙ୍କୁ ଉଦ୍ଧାର କରିଥିଲେ।

ତେବେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଚାରିଛକ ଉପରେ ଜଶଙ୍କ ମୃତଦେହ ପଡିରହିଥିବାରୁ ଯାନବାହନ ଚଳାଚଳ ଅଟକି ରହିଛି। ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ନିଜ ହେପାଜାତକୁ ନେଇଥିବା ବେଳେ ଅଟୋରେ ବସୁଥିବା ଜଣେ ମହିଳା ଓ ପୁରୁଷ କେଉଁଆଡେ ଚାଲିଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର