ନୂଆପଡ଼ା ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଦଳିତ ଅଧିକାର ମଞ୍ଚପକ୍ଷରୁ ପଦଯାତ୍ରା

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ଆମ୍ବେଦକର ଛକ ଠାରୁ ଶନିବାର ଜିଲ୍ଲା ଦଳିତ ଅଧିକାର ମଞ୍ଚ ପକ୍ଷରୁ ନ୍ୟାୟ ପଦଯାତ୍ରା ଆରମ୍ଭ ହୋଇଛ। ମଞ୍ଚର ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ଏକତ୍ରିତ ହୋଇଥିଲେ । ପରେ ସେମାନେ ସେଠାରେ ଥିବା ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାଅର୍ପଣ କରିଥିଲେ। ପଦଯାତ୍ରା ଖଡ଼ିଆଳ ସହରରୁ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଗାଁ ବୁଲିବା ସହ ଆସନ୍ତା ୫ ତାରିଖରେ ନୂଆପଡା ଜିଲ୍ଲାପାଳଙ୍କ ସମ୍ମୁଖରେ ପହଞ୍ଚିବ।

ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଜିଲ୍ଲାପାଳାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯିବ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ଡାକ୍ତର ପଦବି ପୂରଣ, ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟର ଜମି ଚିହ୍ନଟ କରି ବିଦ୍ୟାଳୟ ଗୃହ ନିର୍ମାଣ କରିବା, ମରଣଯନ୍ତା ପାଲଟିଥିଲା ୩୫୩ ଜାତୀୟ ରାଜପଥ ନିର୍ମାଣ କାମକୁ ଶୀଘ୍ର ଶେଷ କରିବା ଓ ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରାଯିବ ବୋଲି ଦଳିତ ଅଧିକାର ମଞ୍ଚର ସଭାପତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର