ସମ୍ବାଦ ସାହିତ୍ୟଘର ପକ୍ଷରୁ ବିଶ୍ବ ପଖାଳ ଦିବସ ପାଳିତ

ମାଲକାନଗିରି: ମାଲକାନଗିରି ସମ୍ବାଦ ସାହିତ୍ୟଘର ପକ୍ଷରୁ ବୁଧବାର ଚାଲାଣଗୁଡାସ୍ଥିତ ଆଶ୍ରମ ବିଦ୍ୟାଳୟରେ ବିଶ୍ବ ପଖାଳ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫୁଲ ନନ୍ଦ ଯୋଗଦାନ କରି ପଖାଳ ଦିବସର ମହତ୍ବ ସଂପର୍କରେ ବିସ୍ତୃତ ଭାବେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ପଖାଳ ଆଉ ଓଡିଆଙ୍କର ହୋଇ ରହିନଥିବା କୁହାଯାଇଛି। ଏହା ବିଶ୍ବରେ ମଧ୍ୟ ପରିଚୟ ଲାଭ କରିଛି। ପଖାଳରେ ରୋକ ପ୍ରତିରୋଧକ ଶକ୍ତି ରହିଥିବା କୁହାଯାଇଥିଲା।

ଗରମ ଦିନେ ଓଡିଆଙ୍କ ଘରେ ଘରେ ପଖାଳ ରନ୍ଧାଯାଏ। ପଖାଳ ପାଇଁ ଓଡିଶା ଆଜି ବିଶ୍ବରେ ପରିଚିତ ହୋଇପାରିଛି। କେବଳ ଘରେ ଏହି ପଖାଳ ସୀମିତ ହୋଇ ରହିନଥିବା ବେଳେ ପ୍ରତ୍ୟେକ ହୋଟେଲଗୁଡ଼ିକରେ ମଧ୍ୟ ପଖାଳ ପରଷା ଯାଉଛି। ଯାହାକୁ ଲୋକେ ଅତି ଆଦରରେ ଖାଉଛନ୍ତି। ତେଣୁ ଏହି ଦିବସ ସମସ୍ତ ଓଡିଆଙ୍କ ପାଇଁ ଗର୍ବର ଦିବସ ବୋଲି କୁହାଯାଇଥିଲା।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟଘରର ଉପଦେଷ୍ଟା ରଂଜନ କୁମାର ସ୍ବାଇଁ, ପ୍ରଧାନଶିକ୍ଷୟିତ୍ରୀ ରଜନୀ ପୋଟଲା, ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ପ୍ରେମେନ୍ଦ୍ର ପରିଛା, ତତ୍କାଳୀନ ସମ୍ବାଦ ଜିଲ୍ଲା ପ୍ରତିନିଧି ଜ୍ଞାନଚାନ୍ଦ ଜଗନ୍ନାଥ, ବିକ୍ରମ ପାଢୀ, ସଂତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର