ଶିଶୁ ପୁତ୍ର ସହ ମାନସିକ ଭିନ୍ନକ୍ଷମ ବିଧବାଙ୍କୁ ଥଇଥାନ

ସୁନ୍ଦରଗଡ଼: ସୋନପୁରର ଜଣେ ମାନସିକ ଭିନ୍ନକ୍ଷମ ବିଧବା ମମତା ବାରିକ (୪୦) ଓ ତାଙ୍କ ଶିଶୁ ପୁତ୍ରଙ୍କୁ ସୁନ୍ଦରଗଡ଼ ଆଇନସେବା ପ୍ରାଧିକରଣ ଥଇଥାନ କରିଛି। ବିଧବାଙ୍କୁ ସୁନ୍ଦରଗଡ଼ ଆସ୍ଥାଗୃହ ଓ ଶିଶୁକୁ ଆଦୃତା ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଛି। ସୋନପୁରର ଭଗବତୀ ପ୍ଲଟ ନିବାସୀ ଗୀତା ଭୁକ୍ତା ନାମ୍ନି ଜଣେ ମହିଳାଙ୍କ ଆବେଦନକ୍ରମେ ପ୍ରାଧିକରଣ ଏହି ପଦକ୍ଷେପ ଗ୍ରହଣ କରିଛି।

ଗତ ଫେବ୍ରୁଆରି ୨୪ ତାରିଖରେ ଗୀତା ତାଙ୍କ ମାନସିକ ଭିନ୍ନକ୍ଷମ ବିଧବା ଭଉଣୀ ମମତା ଓ ତାଙ୍କ ଶିଶୁ ପୁତ୍ରଙ୍କୁ ଥଇଥାନ ପାଇଁ ଆଇନସେବା ପ୍ରାଧିକରରଣଙ୍କ ଦ୍ବାରସ୍ଥ ହୋଇଥିଲେ। ମମତା ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଅନ୍ତର୍ଗତ ଅମସରଙ୍ଗାର ଦୁବରାଜ ପଶାୟତଙ୍କୁ ବିବାହ କରିଥିଲେ। ତାଙ୍କ କୋଳକୁ ଏକ ଶିଶୁ ପୁତ୍ରଟେ ଆସିବା ପରେ ପରେ ତାଙ୍କ ଭଉଣୀ ମାନସିକ ରୋଗରେ ଆକ୍ରାନ୍ତ ହେଲେ। ତାଙ୍କ ସ୍ବାମୀ ଶ୍ରୀ ପଶାୟତ ୧୦ ବର୍ଷ ହେଲା ତାଙ୍କ ଚିକିତ୍ସା ଓ ଦେଖାଶୁଣା କରୁଥିଲେ। କିନ୍ତୁ ଗତ ୨୦୨୨ ଡିସେମ୍ବରରେ ତାଙ୍କ ସ୍ବାକମୀଙ୍କ ଅକାଳ ମୃତ୍ୟୁ ହେଲା। ଏହା ପରେ ମମତା ଓ ତାଙ୍କ ଦେଖାଶୁଣା କରିବାକୁ ପାଖରେ କେହି ନଥିଲେ। ଶେଷକୁ ଗୀତା ଆଇନସେବା ପ୍ରାଧିକରଣ ସଚିବ ଶୁଭଶ୍ରୀ ପ୍ରଧାନଙ୍କୁ ଭେଟି ଦୁଃଖ ଜଣାଇବା ସହ ସହଯୋଗ ଲୋଡ଼ିଥିଲେ।

ଆଇନସେବା ପ୍ରାଧିକରଣ ସଚିବ ମାନସିକ ଭିନ୍ନକ୍ଷମ ମହିଳା ମମତାଙ୍କ ସମ୍ପର୍କରେ ପ୍ରଥମେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ ପରାମର୍ଶ ମାଗିଥିଲେ। ତାଙ୍କ ପରାମର୍ଶକ୍ରମେ ମମତାଙ୍କୁ ମାନସିକ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଆସ୍ଥାଗୃହକୁ ପଠାଇ ଦେଇଥିଲେ। ସେହିପରି ୭ ବର୍ଷର ଶିଶୁ ପୁତ୍ରଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ତତ୍ତ୍ବାବଧାନରେ ଆଦୃତା ଶିଶୁ ଯତ୍ନ ଅନୁଷ୍ଠାନକୁ ପଠାଇଥିଲେ।

ସମ୍ବନ୍ଧିତ ଖବର