ଯଦୁପୁର କପ୍‌ ସେମି‌ରେ ସମ୍ବଲପୁର

ଭୁବନେଶ୍ବର: ସମ୍ବଲପୁର ରେଳବାଇ ଦଳ ୩୦ତମ ଯଦୁପୁର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଯଦୁପୁର ଫ୍ରେଣ୍ଡ୍‌ସ କ୍ଲବ୍‌ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ସୋମବାର ପ୍ରଥମ କ୍ବାର୍ଟର୍‌ ଫାଇନାଲ୍‌ରେ ଏହି ଦଳ ୨-୦ ଗୋଲ୍‌ରେ ଢେଙ୍କାନାଳର ପପୁଲାର କ୍ଲବ୍‌କୁ ପରାସ୍ତ କରିଦେଇଛି। ମ୍ୟାଚ୍‌ର ପ୍ରଥମାର୍ଧ ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଥିଲା ବେଳେ ଦ୍ବିତୀୟାର୍ଧରେ ସମ୍ବଲପୁରର ବିବେକ (୬୫, ୭୮ ମିନିଟ୍‌) ଗୋଲ୍‌ ଦେଇ ଦଳକୁ ବି‌ଜୟ ଭେଟି ଦେଇଥିଲେ। ଏଥିଲାଗି ବିବେକଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସାମାଜିକ କର୍ମୀ ସାକିଲୁର ରେହମାନ, ସେଖ୍‌ ଅବ୍‌ଦୁଲ, କର୍ପୋରେଟର ହୃଦୟବଲ୍ଲଭ ସାମନ୍ତରାୟ ଅତିଥି ଭାବେ ଯୋଗ ଦେଇଥିଲେ। ରଜାକ ଖାନ୍‌, ପ୍ରଶାନ୍ତ ନାୟକ, ଅଶୋକ କହଁର ଓ ଜ୍ୟୋତିରଞ୍ଜନ ସ୍ବାଇଁ ମ୍ୟାଚ୍‌ ପରିଚାଳନା କରିଥିଲେ। ବୁଧବାର ଦ୍ବିତୀୟ କ୍ବାର୍ଟର୍‌ ଫାଇନା‌ଲ୍‌ ମ୍ୟାଚ୍‌ ଭଦ୍ରକର ୟୁନାଇଟେଡ୍‌ କ୍ଲବ୍‌ ଓ ‌କଟକ କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର