ବାଇକ୍‌ରୁ ଖସିପଡ଼ି ଜଣେ ମୃତ, ଜଣେ ଆହତ

ସମ୍ବଲପୁର/ପଡ଼ିଆବାହାଲ,: ଶାସନ ଥାନା ବିଜାଡିହି ନିକଟରେ ରବିବାର ଅପରାହ୍ଣରେ ଭାରସାମ୍ୟ ହରାଇ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ଥ ହେବା ପରେ ଜଣଙ୍କର ମୃତ୍ୟୁ ହେବା ସାଙ୍ଗକୁ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ଡଙ୍ଗରପଡ଼ା ପଞ୍ଚାୟତ ସରଖଣ୍ଡି ଗ୍ରାମର ମନୋଜ ମିର୍ଧା(୨୭)। ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ ଉକ୍ତ ଗ୍ରାମର ଦେବାନନ୍ଦ ମିର୍ଧା ବୋଲି ଜଣାପଡ଼ିଛି। ଶାସନ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ମିଳିଥିବା ସୂଚନା ମୁତାବକ, ଓଆର୍‌ ୧୫ ଏସ୍‌ ୬୫୯୫ ନମ୍ବର ବିଶିଷ୍ଟ ବାଇକ୍‌ରେ ମନୋଜ ଓ ଦେବାନନ୍ଦ ଦ୍ରୁତଗତିରେ ଆସୁଥିବା ବେଳେ କୁଦୋପାଲି ନିକଟସ୍ଥ ବିଜାଡିହି ବୁଲାଣିଠାରେ ହଠାତ୍‌ ଭାରସାମ୍ୟ ହରାଇ ବାଇକ୍‌ଟି ପଡ଼ିଯାଇଥିଲା। ଘଟଣାସ୍ଥଳରେ ମନୋଜଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର