ଏସଆଇ ସଂଗ୍ରାମ କେଶରୀ ସ୍ବାଇଁଙ୍କୁ ଡିଜିପି ଡିସ୍କ ସମ୍ମାନ  

କୋରାପୁଟ: ସମ୍ମାନ ଜନକ ଡିଜିପି ଡିସ୍‌କ ସମ୍ମାନ-୨୦୨୧ ତାଲିକା ଆଜି ପ୍ରକାଶିତ ହୋଇଛି। ଏହି ତାଲିକାରେ କୋରାପୁଟ ଜିଲ୍ଲାରୁ ୫ ଜଣ ପୁଲିସ ଅଧିକାରୀ ରହିଛନ୍ତି । ଏହି ପୁଲିସ କର୍ମଚାରୀଙ୍କୁ ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ସମ୍ମାନିତ କରାଯିବ। ରାଜ୍ୟରେ ୧୦୦ଜଣ ପୁଲିସ କର୍ମଚାରୀଙ୍କ ନାମ ଘୋଷଣା କରାଯାଇଥିବା‌ବେଳେ ସେଥିମଧ୍ୟରୁ କୋରାପୁଟ ଜିଲ୍ଲା ଶୁଙ୍କି ଆଉଟପୋଷ୍ଟରେ କାମ କରୁଥିବା ଏସଆଇ ସଂଗ୍ରାମ କେଶରୀ ସ୍ବାଇଁ ରହିଛନ୍ତି। ପୁଲିସର ଆଇନଶୃଙ୍ଖଳା, ଗଞ୍ଜ‌େଓ ଚୋରା ଚାଲାଣ ରୋକିବା ସହ ବିଭିନ୍ନ କାର୍ଯ୍ୟରେ ପାରଦର୍ଶିତା ଲାଭ କରିଥିବା ପୁଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥାଏ। ଖାଲି ସେତିକି ନୁହେଁ ତାଙ୍କ ସହ କୋରାପୁଟର କନଷ୍ଟ‌େବଳ ଅଜୟ କୁମାର ଘଣ୍ଟା, ଅର୍ଜୁନ ଗଟ୍ଟନ, ସନମୟା ଖୁରା ଓଏପିଏଫ ଦାମ ପରଜା‌ ରହିଛନ୍ତି।

ସମ୍ବନ୍ଧିତ ଖବର