ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସହ ନାଚିଲେ ଏସପି

ମାଲକାନଗିରି :  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ୧୩ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଥିଲେ । ଏହି ଅବସରରେ ଏସପି କମଳଳୋଚନ କଶ୍ୟପ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସହ କାନ୍ଧରେ କାନ୍ଧ ମିଳାଇ ନାଚିଥିଲେ ।

ମାଓ ସଂଗଠନରେ ହେଉଥିବା ଭେଦଭାବ,ଯବାନଙ୍କର ଜୋରଦାର କମ୍ବିଂ,ନିରୀହ ଲୋକଙ୍କୁ ହତ୍ୟା, ଆଦିବାସୀଙ୍କ ପାଇଁ ଲଢେଇ କରୁଥିବା କହି ସେମାନଙ୍କୁ ହିଁ ଟାର୍ଗେଟ କରିବା ଭଳି କାର୍ଯ୍ୟ କରାଯାଉଥିବାରୁ ଏହି ନକ୍ସଲମାନେ ସଂଗଠନ ଛାଡିବା ପାଇଁ ଚିନ୍ତା କରିଥିଲେ।ଆଗକୁ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବେ ବୋଲି କହିଥିଲେ।ଏ ଥିସହ ପୁଲିସକୁ ମାଓ ଦମନରେ ସାହାଯ୍ୟ କରିବେ ବୋଲି କହିଛନ୍ତି । ପ୍ରଶାସନ ତରଫରୁ ସମସ୍ତ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରି ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି । ଏବେ ସୁଦ୍ଧା ୩୧୦ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା କୁହାଯାଇଛି। ସେଥିମଧ୍ୟରୁ ୭୭ ଜଣ ଦୁର୍ଦାନ୍ତ ନକ୍ସଲ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର