ମରିଗଲା ମାନବିକତା: ଜନଗହଳି ରାସ୍ତାରେ ୯ ଘଣ୍ଟା ପଡ଼ି ରହିଲା ଯୁବକଙ୍କ ମୃତଦେହ

ସୁନ୍ଦରଗଡ଼: ରାସ୍ତାକଡ଼ରେ ନିଶ୍ଚଳ ହୋଇ ପଡ଼ିଥିଲେ ଜଣେ ଯୁବକ। ହେଲେ ରାସ୍ତା ଦେଇ ଦେଇ ଯାଉଥିବା ଲୋକେ ତାଙ୍କୁ ପାଖକୁ ଯିବା ତ ଦୂରର କଥା ଆଡ଼ ଆଖିରେ ଵି ଅନାଉ ନଥିଲେ। ଦିନ ୧୧ଟାରୁ ସଂଧ୍ୟା ୭ଟା ଯାଏ ସେମିତି ପଡ଼ି ରହିଥିଲେ ସେ। ଏତେ ସମୟ ଧରି ପଡ଼ି ରହିଥିବା ଯୁଵକ ଜଣକ ମରିଛନ୍ତି କି ବଞ୍ଚିଛନ୍ତି ତାହା ଜାଣିବାକୁ କେହି ଜଣେ ବି ଆଗ୍ରହ ପ୍ରକାଶ କଲେ ନାହିଁ।

ଶେଷରେ କୌଣସି ସୂତ୍ରରୁ ଖବର ପାଇ ପହଞ୍ଚିଥିଲେ ସମାଜସେବୀ ସିଦ୍ଧାନ୍ତ ପଣ୍ଡା। ତାପରେ ଯାଇ ଜଣାପଡିଥିଲା ଯୁଵକ ଜଣକ ମୃତ। ଏହା ପରେ ଆସିଥିଲା ପୁଲିସ। ସମାଜସେଵୀଙ୍କ ସହାୟତାରେ ପୁଲିସ୍‌ ରାତି ୮ଟାରେ ଯାଇ ଉଠାଇଥିଲା ମୃତଦେହ। ଶୁକ୍ରଵାର ଏହି ହୃଦୟ ଵିଦାରକ ଘଟଣାଟି ଘଟିଥିଲା ସହରର ଜନଗହଳିପୂର୍ଣ୍ଣ ବିଜୟା ଟକିଜ ରୋଡ ଛବି ହୋଟେଲ ସାମ୍ନାରେ।

ଯାହାକି ମାନଵିକତା ଉପରେ ଛିଡା କରିଛି ବିରାଟ ପ୍ରଶ୍ନଵାଚୀ । ଯୁଵକଙ୍କ ପରିଚୟ ମିଳି ନଥିବା ବେଳେ ସେ ମାନସିକ ବିକୃତ ଥିଲେ ବୋଲି କୁହାଯାଉଛି। ଶେଷ ଖବର ଅନୁସାରେ ଆଜି ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଧ କରାଯିବା ପରେ ଯାଇ ଅନ୍ତିମ ସତ୍କାର କରାଯିବ ଵୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର