ସୀମାନ୍ତରେ ପୁଣି ନକ୍ସଲ ହିଂସା: ଜଣକୁ ହତ୍ୟା, ଗାଡି ଜାଳିଦେଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଗୋରଗୁଣ୍ଡା ଏବଂ ତୋୟାପାରା ମଧ୍ୟରେ ଚାଲିଥିବା ରାସ୍ତାର କାମ ନିକଟରେ ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ପହଞ୍ଚିଥିଲେ। ସେଠାରେ କ୍ୟାମ୍ପରେ ଥିବା ଲୋକମାନଙ୍କୁ ମାରଧର କରିଥିଲେ। କାମରେ ନିୟୋଜିତ ଥିବା ଗାଡି ଗୁଡିକକୁ ନିଆଁ ଲଗାଇ ପୋଡି ଦେଇଥିଲେ। ପରେ ରାସ୍ତା କାମରେ ନିୟୋଜିତ ଥିବା ତିନି ଜଣ ବ୍ୟକ୍ତିଙ୍କୁ ଅପହରଣ କରି ନେଇଥିଲେ।

ସେଥିମଧ୍ୟରୁ କାମ ତଦାରଖ କରୁଥିବା ମେଟକୁ ତୀର ମାରି ହତ୍ୟା କରିବା ପରେ ଦୁଇ ଜଣଙ୍କୁ ରାତିରେ ଛାଡି ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଛି। ତେବେ ନକ୍ସଲ ଏହି ରାସ୍ତା କାମକୁ ବିରୋଧ କରି ଆସୁଥିଲେ। କିନ୍ତୁ ଠିକାଦାର ନକ୍ସଲଙ୍କର ଧମକକୁ ନଡରି ପୁଣି କାମ ଚାଲୁ କରିଥିଲେ। ଯାହାଫଳରେ ନକ୍ସଲ କାମ ନିକଟରେ ପହଞ୍ଚି ଏଭଳି ହିଂସାକାଣ୍ଡ ଘଟାଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର