ଟ୍ରକ୍‌ ତଳେ ଚାପି ହୋଇ ୩ ବର୍ଷୀୟ ଶିଶୁର ମୃତ୍ୟୁ

ରାଉରକେଲା: ଟ୍ରକ୍‌ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଆଜି ଜଣେ ୩ ବର୍ଷର ଶିଶୁର ଜୀବନ ଦୀପ ଲିଭିଯାଇଛି। ମୃତକ ହେଉଛନ୍ତି ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଝାଡ଼ତରଙ୍ଗର ସତ୍ୟଜିତ କୁଜୁର। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୁଲିସ ଜବତ କରିଛି। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା। ପ୍ରତିଦିନଭଳି ଆଜି ମଧ୍ୟ ସତ୍ୟଜିତ ନିଜ ମା’ ପ୍ରିଷ୍ପା ସହ ଆଇଡିସି ସ୍ଥିତ ନିଜର ଏକ ଛୋଟ ରାସନ ଦୋକାନକୁ ଆସୁଥିଲେ। ସତ୍ୟଜିତ ସାଇକେଲ ପଛପଟେ ବସିଥିବାବେଳେ ପ୍ରିଷ୍ପା ସାଇକେଲକୁ ଗଡ଼ାଇଗଡ଼ାଇ ଆସୁଥିଲେ।

ଏତିକିବେଳେ ରାଉରକେଲା ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌(ସିଜି-୦୪ସିଏଚ୍‌-୪୦୯୧) ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ସତ୍ୟଜିତ ତଳେ କଚାଡ଼ି ହୋଇ ପଡ଼ିବାସହ ଚକ ତଳେ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅପରପକ୍ଷରେ ପ୍ରିଷ୍ପା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଶବ ଉଦ୍ଧାରକରି ଆର୍‌ଜିଏଚ୍‌ ମର୍ଗ ହାଉସ୍‌ରେ ରଖିଛି।

ସମ୍ବନ୍ଧିତ ଖବର