ଛାତପକା ଭୋଜିଖାଇ ୨ମୃତ, ୨୦ରୁ ଊର୍ଦ୍ଧ୍ବ ଅସୁସ୍ଥ

କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବେଢାପାଳ ଗ୍ରାମରେ ଏକ ଛାତପକା ଭୋଜିଖାଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗ୍ରାମର ୨ ଜଣଙ୍କର ମୃତ୍ୟୁ ହୋଇହୋଇଥିବା ବେଳ ୨୦ଜଣ ଅସୁସ୍ଥ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଗତ ବୁଧବାର ଗ୍ରାମର ସଦେଇ ବେହେରା ଏକ ନୂତନ ଗୃହ ନିର୍ମାଣକରି ଘର ଛାତ ପକାଉଥିଲେ। ସେହି ଛାତ ପକା କାମରେ ଗ୍ରାମର ୫୦ରୁ ଊର୍ଦ୍ଧ୍ବ ଶ୍ରମିକ ନିୟୋଜିତ ହୋଇଥି୍ଲେ। ଶ୍ରମିକଙ୍କ ପାଇଁ ସଦେଇ ପରିବାର ପକ୍ଷରୁ ମଧ୍ୟାହ୍ନ ଭୋଜନର ଆୟୋଜନ କରିଯାଇଥିଲା ଭୋଜିଖାଇଥିବା ଲୋକ ଅସୁସ୍ଥ ହୋଇଥିଲେ। ଅସୁସ୍ଥଙ୍କ ମଧ୍ୟରୁ ବାଙ୍କା ମଲିକ(୩୮) ଶନିବାର ସକାଳୁ କଟକ ଡାକ୍ତରଖାନାରେ ମୃତ ହୋଇଥିବା ବେଳେ ଭଗବାନ ମଲିକ(୬୦)ଙ୍କର ମଧ୍ୟାହ୍ନରେ ଢେଙ୍କାନାଲ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି। ଅଦ୍ୟାବଧି ଗ୍ରାମର ସନା ବେହେରା ( ୫୩), ପ୍ରଫୁଲ ଜେନା (୨୬), ଗୋବିନ୍ଦମଲିକ (୨୨), ବାଇଧର ମଲିକ (୫୦), ଜଗବଂଧୁ ଲେଙ୍କା (୫୦), ପପୁନି ମଲିକ (୩୦), ନାହିଆ ମଳିକ (୨୭)ଙ୍କ ସମେତ ୨୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଭୟ ଓ ଆଶଙ୍କାରେ ଆକ୍ରାନ୍ତଙ୍କ ପରିବାର ଘଟଣା ଲୁଚାଉ ଥିବି ଜଣାପଡିଛି।

ସମ୍ବନ୍ଧିତ ଖବର