ଭୋଟ କେନ୍ଦ୍ର ଠାରୁ ୨୫ କିଲୋମିଟର ଦୂର ବାରିବେଡା ଗ୍ରାମ, ମତଦାନ କରିବାକୁ ଗଲେ ନାହିଁ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ରହିଥିବା ଦୁଇଟି ପ଼ଞ୍ଚାୟତରେ ୨୩ଟି ବୁଥ ରହିଛି। ସେଥି ମଧ୍ୟରୁ ବହୁ ବୁଥ ଅତି ସମ୍ବେଦନଶୀଳ ରହିଥିବାରୁ ବହୁ ଦୂର ଗ୍ରାମର ଲୋକଙ୍କୁ ମୁଦୁଲିପଡା ସଦର ପଞ୍ଚାୟତକୁ ଆସି ଭୋଟ ଦେବାକୁ ଭୋଟ କେନ୍ଦ୍ର ନିର୍ମାଣ କରାଯାଇଥିଲା। ତେବେ ଦୂରଦୂରାନ୍ତରରୁ ଲୋକେ ଆସି ଭୋଟ ଦେବାକୁ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ବାରିବେଡା ଗ୍ରାମ ମୁଦୁଲିପ଼ଡା ବୁଥରୁ ୨୫ କିଲୋମିଟର ଦୂରରେ ରହିଛି। ସେହି ଅଞ୍ଚଳ ଯେହେତୁ ଅତି ସମ୍ବେଦନଶୀଳ ରହିଥିଲା। ତେଣୁ ସେହି ଗ୍ରାମରୁ ମଦୁଲିପଡାକୁ ପ୍ରାୟ ୨୫ କିଲୋମିଟର ଦୂର ଆସି ଭୋଟ ଦେବା ଅସମ୍ଭବ। ପ୍ରଥମତଃ ରାସ୍ତାନ ଥିବା ଏବଂ ଭୋଟ ଦେବାକୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି।

ତେବେ ପ୍ରଶାସନ ତରଫରୁ ମଧ୍ୟ ସେଭଳି କୌଣସି ବ୍ୟବସ୍ଥା କରାଯାଇନଥିଲା। ଏହି ବୁଥରେ ପ୍ରିଜାଇଡିଂ ଅଫିସର ଏବଂ ଅନ୍ୟ ଅଧିକାରୀମାନେ ସକାଳରୁ ଭୋଟରମାନଙ୍କୁ ଜଗି ରହିଥିଲେ ମଧ୍ୟ କେହି ଆସୁନଥିବା ଦେଖିବାକୁ ମିଳିଥିଲା। ତେବେ ବହୁ ସମୟ ପରେ ୯ ଜଣ ଭୋଟର ଭୋଟ ଦେଇଥିବା ଜଣାପଡିଛି। ଗ୍ରାମ ଠାରୁ ଏତେ ଦୂର ଭୋଟ କେନ୍ଦ୍ର କରାଗଲା କିପରି ପ୍ରଶାସନ ଜାଣିପାରିଲା ନାହିଁ ନା ଜାଣି ମଧ୍ୟ ଚୁପ ରହିଥିଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ କରାଯାଇଛି। ପୁଲିଂ ଅଧିକାରୀମାନେ ଏବଂ ଏଜେଣ୍ଟମାନେ ଦିନ ତମାମ ଭୋଟର ମାନଙ୍କୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା। ବଣ୍ଡାଘାଟିର ଏଭଳି ବହୁ ସ୍ଥାନ ରହିଛି ଯାହା ଗ୍ରାମ ଠାରୁ ବହୁ ଦୂରରେ ଅବସ୍ଥିତ। ଯାହାଫଳରେ ଭୋଟଦାନରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର