ବ୍ରହ୍ମପୁର ହେବ ଓ୍ଵାଇଫାଇ ସହର

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଲାଗିବ ୱାଇଫାଇ । ଏଥିପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କାର୍ଯ୍ୟ ଶେଷ ହୋଇଛି। ପ୍ରଥମ ପର୍ଯ୍ୟୟରେ ୬ଟି ସ୍ଥାନରେ ୱାଇଫାଇ ମୋଡେମ୍‌ ଲଗାଯାଇଛି । ଆସନ୍ତା ୧ ତାରିଖ ଠାରୁ ସହରବାସୀ ମାଗଣା ଇଂଟରନେଟର ସୁବିଧା ପାଇ ପାରିବେ । ତେବେ ଏହି ମାଗଣା ଇଂଟରନେଟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ତେବେ ଏଭଳି ପଦକ୍ଷେପ ନେଇ ମହାନଗର ନିଗମ ସହରର ଚିତ୍ର ବଦଳେଇବା ପଦକ୍ଷେପ ନେଉଛି । ଏହିକ୍ରମରେ ଏବେ ସହରରେ ବିଭିନ୍ନ ସ୍ଥାନରେ ଲାଗିଛି ୱାଇଫାଇ ।

୧. ୱାଇଫାଇ ପାଇଁ ୧ କୋଟି ୫୦ ହଜାର ଟଙ୍କାର ବ୍ୟୟ ଅଟଳଳ କରାଯାଇଛି ।

୨. ପ୍ରଥମ ପର୍ଯ୍ୟାୟରେ ଖଲିକୋଟ ବିଶ୍ୱ ବିଦ୍ୟାଳୟ ଠାରୁ ବିଏମସି ଅଫିସ ଯାଏଁ ୱାଇଫାଇ ଲାଗିଛି ।

୩. ଜଣେ ବ୍ୟକ୍ତି ଦୈନିକ ୧ ଜିବି ଡ଼ାଟା ବ୍ୟବହାର କରିପାରିବେ ।

୪. ୨୦୦୦ ଗ୍ରାହକଙ୍କ ପାଇଁ ୫୦୦ ଏମ୍ବିପିସ୍‌ ସ୍ପିଡ଼ ରହିବ ।

୫. ଆସନ୍ତା ୧ ଅର୍ଥାତ ଡିସେମ୍ବର ପହିଲାରୁ ଏହି ସେବା ପାଇ ପାରିବେ ବ୍ରହ୍ମପୁରବାସୀ ।

 

 

 

ସମ୍ବନ୍ଧିତ ଖବର