କରୋନା ଆକ୍ରାନ୍ତ କହି ମହିଳାଙ୍କୁ ନିର୍ଘାତ ବାଡେ଼ଇଲେ 

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବହଳଦା ବ୍ଲକ ଓଲିଡିହି ଗ୍ରାମର ଜନୈକା ମହିଳାଙ୍କୁ କରୋନା ଆକ୍ରାନ୍ତ କହି ସେହି ଗ୍ରାମର କିଛି ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ | ମହିଳା ଜଣକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତିରିଂ ଥାନାରେ ଅଭିଯୋଗ କରିଛନ୍ତି | ଓଲିଡିହି ଗ୍ରାମର ମିଣ୍ଟୁ ପରମାଣିକ, ଅଜିତ ପରମାଣିକ, ବିବେକା ପରମାଣିକ, ଆଦିତ୍ୟ ପରମାଣିକ, ମାନସ ପରମାଣିକ, କାଳି ପରମାଣିକ, ମୁନା ପରମାଣିକ ପ୍ରମୁଖ ସଙ୍ଘବଦ୍ଧ ଭାବେ ସେହି ଗ୍ରାମର ସସ୍ମିତା ଆଚାର୍ଯ୍ୟ ନଳକୂପରୁ ପାଣି ଆଣିବା ସମୟରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ କରୋନା ଆକ୍ରାନ୍ତ ବୋଲି କହି ନିର୍ଘାତ ମାଡ଼ ମାରିଥିଲେ | ମହିଳା ଜଣକୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ମୁହଁ ଖୋଲିଲେ ଅବସ୍ଥା ସଙ୍ଗିନ ହେବ ବୋଲି ଧମକାଇ ଥିଲେ | ସସ୍ମିତା ଝରାଡ଼ିହି ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ତିରିଂ ଥାନାରେ ମାମଲା ରୁଜୁ ହୋଇଛି | କିନ୍ତୁ ମାମଲା ପରେ ପୁଲିସ ତଦନ୍ତ ପାଇଁ ଆସିନଥିବା ବେଳେ କୌଣସି ଅଭିଯୁକ୍ତଙ୍କୁ ଗିରଫ କାରାଯାଇ ନାହିଁ | ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପୀଡିତା ଦାବି କରିଛନ୍ତି |

ସମ୍ବନ୍ଧିତ ଖବର