ହାତୀପଲ ଭାଙ୍ଗି ଦେଇଥିଲେ ଘର, ପୋଲ ତଳେ କନ୍ୟା ସନ୍ତାନ ଜନ୍ମ କଲେ ମହିଳା

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅଞ୍ଚଳରେ ଜଣେ ମହିଳା ପୋଲ ତଳେ ସନ୍ତାନ ଜନ୍ମ କରିବାର ଘଟଣା ସାମ୍ନାକୁ ଆସିଛି। ଏହି ଅଞ୍ଚଳରେ ବସବାସ କରୁଥିବା ଜଣେ ଆଦିବାସୀ ମହିଳାଙ୍କ ଘରକୁ ୬ ମାସ ତଳେ ହାତୀ ପଲ ଭାଙ୍ଗି ଦେଇଥିଲେ। ପୁଣିଥରେ ସେହି ଘରଟିକୁ ସଜାଡ଼ିବା ତାଙ୍କ ପକ୍ଷେ ସମ୍ଭବ ନଥିଲା। ତେଣୁ ସେ ଏକ କଲଭର୍ଟ ନିକଟରେ ସେହିଦିନଠାରୁ ଆଶ୍ରୟ ନେଇଥିଲେ। ଏହି ସମୟରେ ସେ ଅନ୍ତସତ୍ତ୍ୱା ମଧ୍ୟ ଥିଲେ। କିଛି ଦିନ ତଳେ ସେହି ପୋଲ ତଳେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ଘଟଣା ପ୍ରଘଟ ହେବାପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ତେବେ ମହିଳା ଜଣକ କିପରି ଭାବେ ପୋଲ ତଳେ ସନ୍ତାନ ଜନ୍ମ ଦେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କ’ଣ ଏଭଳି ଅବସ୍ଥାରେ ତାଙ୍କୁ କେହି ସାହାଯ୍ୟର ହାତ ବଢ଼ାଇ ନଥିଲେ, କେହି କ’ଣ ତାଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ଦେଇ ପାରି ନଥିେଏ। ଅନ୍ୟପକ୍ଷରେ ମହିଳାଙ୍କୁ ଘର ଯୋଗାଇବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ନେଇ ମୟୂରଭଞ୍ଜର ଅତିରିକ୍ତ ଗଙ୍ଗାଧର ନାୟକ ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର