ପାଣି ଟୋପେ ନ ପାଇ ଫେରିଗଲେ ମହିଳା, ସରପଞ୍ଚ କିଛି ବୁଝିଲେ ନାହିଁ ଅଭିଯୋଗ

ବାଙ୍ଗିରିପୋଷି: ପଡୋଶୀ ବ୍ଲକରୁ ନିଜ ଘରକୁ ଆସିଥିବା ଜଣେ ବିଧବା ମହିଳା ଗ୍ରାମବାସୀଙ୍କ ଆକ୍ରୋଶର ଶୀକାର। ଲକ୍ ଡାଉନରେ ଫସିଯାଇ ଜଣେ ବିଧବା ମହିଳା ନିଜ ଛୁଆ ସହିତ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରର ବାସିଙ୍ଗି ନିଜ ପିଉସା ଘରେ ଫସି ଯାଇଥିଲେ। ତେବେ ଟିକିଏ କହୋଳ ହେଲା ପରେ ସରଫଚକୁ ପଚାରି ନିଜ ଘର ବାଙ୍ଗିରିପୋଷି ବ୍ଲକ ପଥୁରୀ ଫଚାୟତ ବୁଡାମରା (ଉଦାଳି) ଗ୍ରାମକୁ ବିଧବା ମହିଳା କଳ୍ପନା ପୁଟୀ ସହିତ ଛୁଆ ମାନେ ଆସିଥିଲେ।

ଆସିଲା ପରେ ସମସ୍ୟା ଗ୍ରାମରେ ଉତ୍କଟ ହେଲା।  ସରଫଚ ବିଧବା ମହିଳାଙ୍କ କଥା ବୁଝିବା ଦୂରର କଥା କୁଆଡେ ଗ୍ରାମବାସୀଙ୍କୁ ଡକାଇ ବୈଠକ କଲେ। କିଛି ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ମହିଳା। ପାଣି ଟୋପେ ପାଇଲେ ନାହିଁ। ସରକାରୀ ନଳକୂଅରୁ ପାଣି ଦେଲେ ନାହିଁ। ବାଡ ଘେରି ଦେବାରୁ ଦୁଇ ଦିନ ଅଖିଆ ଅପିଆ ଘରେ ପଡି ରହିଲେ । ସରପଞ୍ଚ ମଧ୍ୟ ଶୁଣିଲେ ନାହିଁ। ବାଧ୍ୟ ହେଇ ପୁଅ ସହିତ ଛଅ ଦିନ ପରେ ରାଇରଙ୍ଗପୁରରୁ ୬୪ କିଲୋମିଟର ଫେରିଯାଇଛନ୍ତି। ତାଙ୍କୁ ହଇରାଣ କରିଥିବା ଗ୍ରାମବାସୀଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନେବେ ବୋଲି ମହିଳା କହିଛନ୍ତି। ବିଡିଓ ରାମଦାସ ଟୁଡୁ ଘଟଣାର ତଦନ୍ତ କରିବେ କହିଛନ୍ତି।

ସମ୍ବନ୍ଧିତ ଖବର